You are here
Home > ଏଣ୍ଟରଟେନମେଣ୍ଟ > ବିଦ୍ୟାଙ୍କ ପସନ୍ଦ ହ୍ୟାଣ୍ଡଲୁମ ଶାଢ଼ି

ବିଦ୍ୟାଙ୍କ ପସନ୍ଦ ହ୍ୟାଣ୍ଡଲୁମ ଶାଢ଼ି

ବମ୍ବେ: ବଲିଉଡର ସୁନାମଧନ୍ୟା ତଥା ବେଶ ଚର୍ଚ୍ଚିତ ନାୟିକା ବିଦ୍ୟାବାଲାଙ୍କ ସୌନ୍ଦର୍ଯ୍ୟର କାରଣ ଏବେ ଜଣାପଡ଼ିଛି । ବିଦ୍ୟାଙ୍କୁ ଏତେ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟମୟ କରିବା ପଛରେ ରହିଛି ହ୍ୟାଣ୍ଡଲୁମ ଶାଢ଼ୀ । ତାଙ୍କର ସବୁଠୁ ପସନ୍ଦ ହେଉଛି ଏହି ଶାଢ଼ୀ । ବିଦ୍ୟାବାଲାଙ୍କର ହ୍ୟାଣ୍ଡଲୁମ ଶାଢ଼ି ପ୍ରତି ରହିଥିବା ଭଲପାଇବାକୁ ପ୍ରାୟ ସମସ୍ତେ ଅନୁଭବ କରିଥିବେ । କାହିଁକି ନା ସେ ଅଧିକାଂଶ ସମୟରେ ଏମିତିକି ଫିଲ୍ମରେ ମଧ୍ୟ ଶାଢ଼ି ପିନ୍ଧିବାକୁ ବେଶୀ ପସନ୍ଦ କରିଥାନ୍ତି । ବହୁ ସମୟରେ ସେ ଓଡ଼ିଶାର ହ୍ୟାଣ୍ଡଲୁମ ଶାଢ଼ିକୁ ଏକ ଷ୍ଟାଇଲିସ ଶୈଳୀରେ ପିନ୍ଧିଥାନ୍ତି । ବିଦ୍ୟା ଭାବନ୍ତି ତାଙ୍କ ଶରୀର ଗଠନ ଅନୁସାରେ ସେ ପାଟଶାଢ଼ିରେ ହିଁ ବେଶୀ ସୁନ୍ଦର ଦେଖା ଯାଇଥାନ୍ତି । ତାଙ୍କ ପରି ସବୁ ମହିଳା ଶାଢ଼ିରେ ହିଁ ବେଶୀ ଆକର୍ଷଣୀୟ ଦେଖାଯାନ୍ତି ବୋଲି ସେ ଅନୁଭବ କରନ୍ତି ।

ONA

Leave a Reply

Top