You are here
Home > ବଡ଼ଖବର > ଭଦ୍ରକ ସ୍କୁଲ୍ ଛାତ୍ରଛାତ୍ରୀ ଦୁର୍ଘଟଣାର ଡ୍ରାଇଭର ଗିରଫ

ଭଦ୍ରକ ସ୍କୁଲ୍ ଛାତ୍ରଛାତ୍ରୀ ଦୁର୍ଘଟଣାର ଡ୍ରାଇଭର ଗିରଫ

ଭୁବନେଶ୍ୱର: ଭଦ୍ରକରେ ଟ୍ରକ ଧକ୍କାରେ ୫ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁବରଣ ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ପୁଲିସ ଗିରଫ କରିଛି । ଆନ୍ଧ୍ର୍ରପ୍ରଦେଶର ଶିକାକୁଲମ ଜିଲ୍ଲାରୁ ଗିରଫ କରିଛି । ତାଙ୍କ ନା ଭେଙ୍କଟ ଆଦ୍ରି ବୋଲି ପୁଲିସ କହିଛି । ଗତ ଗୁରୁବାର ରାଣିତାଲ ହାଇସ୍କୁଲ୍ର ପିଲାମାନେ ସ୍କୁଲ୍ ଛୁଟି ପରେ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଆସୁଥିଲା ବେଳେ ଏକ ୧୦ ଚକିଆ ଟ୍ରକ ସେମାନଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଓ ୬ ଜଣ ଆହତ ହୋଇଥିଲେ । ମୃତ୍ୟୁବରଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ହେଉଛନ୍ତି ନିକଟସ୍ଥ ଅସୁରାଜି ଗାଁର । ଦୁର୍ଘଟଣା ପରେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସେ ଦିନ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଆଖପାଖ ଅଞ୍ଚଳରେ ଲୋକେ ଆସି ଦୀର୍ଘ ସମୟ ଧରି ଜାତୀୟରାଜପଥକୁ ଅବରୋଧ କରିଥିଲେ । ଲୋକମାନେ ଉତ୍ୟକ୍ତ ହୋଇ ଉକ୍ତ ଟ୍ରକକୁ ନିଆଁ ଲଗାଇ ଜାଳି ଦେଇଥିଲେ । ପୁଲିସ ଲୋକଙ୍କୁ ବୁଝାଶୁଝା କରି ଅବରୋଧ ହଟାଇଥିଲେ । ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଖବର ପାଇଲା ପରେ ଆନ୍ଧ୍ରସର ସିକାକୁଲମ୍ ଜିଲ୍ଲା କବଟିଖାନା ଅଞ୍ଚଳରୁ ଉକ୍ତ ଡ୍ରାଇଭରକୁ ଗିରଫ କରିବାରେ ପୁଲିସ୍ ସକ୍ଷମ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଦେବା ସହ ଆହତମାନଙ୍କ ଚିକିତ୍ସା ଘୋଷଣା କରିଥିଲେ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇ ଦେଇଥିଲା । କେତେକ ପିତାମାତା ସନ୍ତାନଶୂନ୍ୟ ହୋଇଯାଇଥିଲେ । ଏଣୁ ଏହି ଘଟଟଣାକୁ ନେଇ ସ୍କୁଲରେ ଶୋକସଭା କରାଯାଇଥିଲା । ଶୋକସଭାରେ ମୃତ ଛାତ୍ରୀଙ୍କ କେତେକ ସହପାଠୀ ବେହୋସ ହୋଇଯାଇଥିଲେ । ଏବେ ଡ୍ରାଇଭର ଗିରଫ ହେବା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି ।

ONA

Leave a Reply

Top