You are here
Home > Breaking News > ଗ୍ରୀନ ନିଶା କାରବାର ⇡ ନେହା ଗିରଫ

ଗ୍ରୀନ ନିଶା କାରବାର ⇡ ନେହା ଗିରଫ

ଭୁବନେଶ୍ୱର: ଗଞ୍ଜେଇ କାରବାର ଅଭିଯୋଗରେ କମିଶନରେଟ୍ ପୋଲିସ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗିରଫ କରିଛି । ମଞ୍ଚେଶ୍ୱର ଥାନା ପୋଲିସ ଆଜି ପାଣ୍ଡରାରୁ ନେହା ହାଲଦାର ଓ ପ୍ରଶାନ୍ତ ସାହୁଙ୍କୁ ଗିରଫ କରିବା ସହ ୩୫ କେଜି ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତମାନେ କାରରେ ପୁରୀ ଯାଉଥିବା ବେଳେ ପୋଲିସ୍‌ ଗିରଫ କରିଛି । ପୂର୍ବରୁ ଏହି ବଙ୍ଗୀୟ ଯୁବତୀ ନେହା ସେକ୍ସ କାରବାରରେ ଗିରଫ ହୋଇଥିଲେ । ପୁରୀ ବାଏପାସ୍ ରୋଡ୍ ନିକଟରେ ପୁଲିସ୍ ଜାଲରେ ପଡିଛନ୍ତି ଏହି ସୁନ୍ଦରୀ ଯୁବତୀ ଜଣକ । ତାଙ୍କ ନିକଟରୁ ତିନୋଟି ଏୟାର୍ ବ୍ୟାଗ୍ ମଧ୍ୟ ଜବତ ହୋଇଛି । ଏନେଇ ମଞ୍ଚେଶ୍ୱର ଥାନାରେ ଏନେଇ କେସ୍ ରୁଜୁ ହୋଇଛି ।  ତେବେ ନେହାଙ୍କ ଅପରାଧିକ ଟ୍ରାକ୍ ଲମ୍ବା। ଲୋକଙ୍କୁ ଠକିବା ମାମଲାରେ ଗତବର୍ଷ ଡିସେମ୍ବରରେ କମିଶନରେଟ ପୋଲିସ୍ ନେହାଙ୍କୁ ଗିରଫ କରିଥିଲା। ମିଳିଥିବା ସୂଚନା ଅନୁସାରେ, ଗଞ୍ଜେଇ ମାଫିଆଙ୍କ ଟାର୍ଗେଟରେ ସୁନ୍ଦରୀ ଯୁବତୀ। କାରଣ ସୁନ୍ଦରୀଙ୍କୁ ଢ଼ାଲ କରି ଗ୍ରୀନ ନିଶା କାରବାର କଲେ ପୋଲିସ ଆଖିରେ ଧୂଳି ଦେଇ ହେଉଛି ।

ONA

Leave a Reply

Top