You are here
Home > ଲାଟେଷ୍ଟ > ଜାନୁଆରି ୨ରୁ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ଜାନୁଆରି ୨ରୁ ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

କେବଳ ନିଶାମଣି ସ୍କୁଲ ପଡିଆରେ ହେବ ଦରବାର
ବରଗଡ: ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ବର୍ଷ ଜାନୁଆରି୨ ତାରିଖରୁ ୧୨ ତାରିଖ  ପର୍ଯ୍ୟନ୍ତ ଚାଲିବ । ଏଥର ଧନୁଯାତ୍ରା ପାଇଁ ମହାରାଜ କଂସଙ୍କ ଦରବାର କେବଳ ନିଶାମଣି ସ୍କୁଲ ପଡିଆରେ କରିବାକୁ ନିଷ୍ପତ୍ତି ହୋଇଛି । ପରମ୍ପରା ଅନୁଯାୟୀ ୧୧ ଦିନ ଧରି ମଥୁରା ପାଲଟିବ ବରଗଡ ସହର । ଅମ୍ବାପାଲି ହେବ ଗୋପପୁର । ଆଉ ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଏନେଇ ଧନୁଯାତ୍ରା ପ୍ରସ୍ତୁତି କମିଟି ବୈଠକରେ ଆଲୋଚନା ନିଆଯାଇଛି  । ଗତ ଧନୁଯାତ୍ରା ମହୋତ୍ସବର ଆୟବ୍ୟୟ ସହିତ ଏବର୍ଷ ଧନୁଯାତ୍ରାକୁ କିପରି ସରସ ସୁନ୍ଦର କରାଯାଇ ପାରିବ ସେଥିପାଇଁ ବୈଠକରେ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଛି । ଧନୁଯାତ୍ରାରେ ଦର୍ଶକଙ୍କର ଅଧିକ ଭିଡ ଯୋଗୁଁ ହାଟପଦାରେ ବସୁଥିବା କଂସ ଦରବାର ସ୍ଥାନ ଯଥେଷ୍ଟ ହେଉନାହିଁ । ଗତବର୍ଷ ୭ ଦିନ ଧରି ହାଟପଦାରେ ମହାରାଜ କଂସଙ୍କ ରାଜଦରବାର ହୋଇଥିଲା । ଆଉ ୪ଦିନ ନିଶାମଣି ସ୍କୁଲ ପଡିଆରେ ମହାରାଜଙ୍କ ରାଜଦରବାର ଚାଲିଥିଲା । ଜାଗା ଅଭାବ ଯୋଗୁଁ ଏଥର ୧୧ଦିନ ଧରି ନିଶାମଣି ସ୍କୁଲ ପଡିଆରେ ରାଜଦରବାର ଆୟୋଜନ କରିବାକୁଁ ବୈଠକରେ ସ୍ଥିର ହୋଇଛି । ଏହି ବୈଠକରେ କମିଟି ସଭାପତି ତଥା ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ସହ ସମସ୍ତ କର୍ମକର୍ତ୍ତା, ନାଗରିକ କମିଟି, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବୀ ସାମିଲ ହୋଇ ନିଜ ନିଜ ମତ ରଖିଥିଲେ ।

ONA

Leave a Reply

Top