You are here
Home > Breaking News > ଆଇନ ହେଲା ସଂସୋଧିତ, ବାରରେ ହେବ ଡ୍ୟାନ୍ସ

ଆଇନ ହେଲା ସଂସୋଧିତ, ବାରରେ ହେବ ଡ୍ୟାନ୍ସ

ଭୁବନେଶ୍ୱର: ବାର ଡ୍ୟାନ୍ସ ଲାଗି ଆଉ କଟକଣା ନାହିଁ। କାହିଁକି ନା ଓଡ଼ିଶା ସରକାର ବାର ଡ୍ୟାନ୍ସକୁ ଆଇନ ସମ୍ମତ କରିଛନ୍ତି। ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ବ୍ୟାର ଡ୍ୟାନ୍ସ ଲାଗି ରାଜ୍ୟ ସରକାର କେତେକ ଗାଇଡ୍ ଲାଇନ ମଧ୍ୟ ଜାରି କରିଛନ୍ତି । ମଦ ବିକ୍ରି ହେଉଥିବା ହୋଟେଲ, ରେଷ୍ଟୁରାଣ୍ଟରେ ମହିଳାମାନେ ନାଚିବା ବେଳେ ସେମାନଙ୍କ ସମ୍ମାନ ଯେପରି କ୍ଷୁର୍ଣ୍ଣ ନହେବ ସେଥିପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି ବିଦେଶୀ ମଦ ମିଳୁଥିବା ରେଷ୍ଟୁରାଣ୍ଟ, ହୋଟେଲ, ଠିପି ଖୋଲା ମଦ ଦୋକାନରେ ମ୍ୟୁଜିକାଲ୍ ପ୍ରୋଗ୍ରାମ କିମ୍ବା ଅର୍କେଷ୍ଟାରେ ନିୟୋଜିତ ମହିଳାଙ୍କ ସମ୍ମାନହାନୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି। ଗାଇଡ୍ ଲାଇନ୍‌ରେ ବାର୍‌ ଗାର୍ଲଙ୍କର ପରିଚୟ ପତ୍ର ରହିବ ବୋଲି କୁହାଯାଇଛି। ଏଥିରେ ନିଜ ପରିଚୟ ସହ , ନିଜ ଇଚ୍ଛାରେ ନୃତ୍ୟ କରିବାକୁ ସହମତି ପ୍ରଦାନ କରିବେ।  ବାର୍‌ଡ୍ୟାନ୍ସ ପାଇଁ ଅନୁମତି ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟର କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବେ। ଅବକାରୀ ବିଭାଗ ଅଧିକାରୀମାନେ ବିଭିନ୍ନ ସମୟରେ ଏହାର ଯାଞ୍ଚ କରିବେ।

ଲାଇସେନ୍ସ ପାଇଥିବା ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନେ ନିଜେ ବାର୍‌ ଖୋଲି ନଥାନ୍ତି। ଏଥିପାଇଁ ସେମାନେ ଅନ୍ୟଙ୍କୁ ନିଯୁକ୍ତି ଦେଇଥାନ୍ତି। ହୋଟେଲ କି ରେଷ୍ଟୁରାଣ୍ଟରେ ଯିଏ ବାର୍‌ ଖୋଲେ ସେ ଅର୍କେଷ୍ଟା ପାର୍ଟି ନିୟୋଜିତ କରି ଝିଅମାନଙ୍କୁ ନାଚିବାକୁ ନିଯୁକ୍ତି ଦେଇଥାଏ ବୋଲି ଅଭିଯୋଗ ଆସିବା ପରେ ବାର୍‌ରେ ଝିଅମାନଙ୍କ ନାଚିବା ଉପରେ ରୋକ୍‌ ଲାଗିଥିଲା। ଏହାକୁ ବିରୋଧ କରି ୨୯ ଜଣ ଝିଅ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ବାର୍‌ରେ ନାଚିବା ବନ୍ଦ କରାଯାଇ ସେମାନଙ୍କ ‘କାମ କରିବାର ଅଧିକାର’ ଆଇନକୁ ଉଲ୍ଲଙ୍ଘନ କରାଯାଇଥିବା ଦର୍ଶାଇ ଥିଲେ। ଏହା ତାଙ୍କର ରୋଜଗାରର ମାଧ୍ୟମ ହୋଇଥିବାରୁ ଅନୁମତି ଦେବାକୁ ଆବେଦନରେ ଉଲ୍ଲେଖ କରିଥିଲେ। ଏହାର ବିଚାର କରି କୋର୍ଟ ବାର୍‌ ଗାର୍ଲଙ୍କୁ ନାଚିବାକୁ ଅନୁମତି ଦେବାକୁ କହିବା ସହ ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ। ଏଥିପାଇଁ ସରକାର ନୂଆ ଗାଇଡ୍ ଲାଇନ୍‌ ଜାରି କରିଛନ୍ତି  ବୋଲି ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ।

ONA

Leave a Reply

Top