You are here
Home > ବଡ଼ଖବର > ବମିଖାଲ ଓଭର୍ ବ୍ରିଜ୍ ଅଘଟଣ ତଦନ୍ତ ରିପୋର୍ଟ : କଂପାନି ଦାୟୀ, ସରକାରୀ ବାବୁଙ୍କୁ ମାଫ୍

ବମିଖାଲ ଓଭର୍ ବ୍ରିଜ୍ ଅଘଟଣ ତଦନ୍ତ ରିପୋର୍ଟ : କଂପାନି ଦାୟୀ, ସରକାରୀ ବାବୁଙ୍କୁ ମାଫ୍

ଭୁବନେଶ୍ବର : ବମିଖାଲ ଓଭର୍ ବ୍ରିଜ୍ ଅଘଟଣ ପାଇଁ ଠିକା କଂପାନି ପଣ୍ଡା ଇନଫ୍ରା ହିଁ ଦାୟୀ । ଅଘଟଣ ସଂକ୍ରାନ୍ତ ତଦନ୍ତ ରିପୋର୍ଟ, ଆଜି ସରକାରଙ୍କର ହସ୍ତଗତ ହୋଇଛି । ତେବେ ରିପୋର୍ଟରେ ଇଞ୍ଜିନିୟରଙ୍କୁ ଖସାଇବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରିପୋର୍ଟ ଆସିବା ପରେ ବିଜେପି ଓ କଂଗ୍ରେସ, ସରକାରଙ୍କୁ ପ୍ରତି ସମାଲୋଚନାକୁ ତୀବ୍ର କରିଛନ୍ତି । ସେପଟେ କମିଶନରେଟ୍ ପୋଲିସ୍, ପଣ୍ଡା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ ଗିରଫ କରିଛି । ବମିଖାଲ ଓ  ଲିଙ୍ଗରାଜ ଓଭରବିଜ୍ର ନିର୍ମାଣରୁ ପଣ୍ତା କମ୍ପାନିକୁ ବାଦ ଦିଆ ଯାଇଥିବା ବେଳେ ସମ୍ବଲପୁର ଏବଂ ଜଟଣୀ ଓଭରବ୍ରିଜ ନିର୍ମାଣ ପାଇଁ ସାନି ଟେଣ୍ତର ଡକାଇବା ପାଇଁ ଆଇନଗତ ଦିଗ ନେଇ ତର୍ଜମା କରୁଛନ୍ତି ସରକାର ।

ବମିଖାଲ ଓଭରବ୍ରିଜ ଅଘଟଣ ପାଇଁ କଂପାନି ଦାୟୀ, ସରକାରୀ ବାବୁଙ୍କୁ ମାଫ୍ । ବ୍ରିଜ ଦାୟିତ୍ୱରେ ଥିବା ଇଂଜିନିୟରଙ୍କର ଦୋଷ ନାହିଁସବୁ ଦୋଷ ପଣ୍ଡା ଇନଫ୍ରାର । ଅଘଟଣର ତଦନ୍ତ କରୁଥିବା ୩ ଜଣିଆ କମିଟି ତାର ରିପୋର୍ଟରେ ଏହା କହିଛି । ରିର୍ପୋଟ ଅନୁଯାୟୀ, ସମ୍ପୃକ୍ତ କଣ୍ଟ୍ରାକ୍ଟର ଦକ୍ଷ ଶ୍ରମିକ ନିୟୋଜନ କରି ନଥିଲେ ନିର୍ମାଣ ବେଳେ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇ ନଥିଲା ଏପରିକି ରଡ ବାନ୍ଧିବା ପରେ ଯାଞ୍ଜ ପାଇଁ ପୂର୍ତ୍ତ ବିଭାଗକୁ କଂପାନି, ଚିଠି କରି ନଥିବା ରିର୍ପୋଟରେ ଉଲ୍ଲେଖ ଅଛି ପଣ୍ତା ଇନଫ୍ରାକୁ ବମିଖାଲ, ଲିଙ୍ଗରାଜ, ଜଟଣୀ ଏବଂ ସମ୍ବଲପୁର ଓଭର୍ ବ୍ରିଜ୍ ନିର୍ମାଣ କାମରୁ ବାଦ ଦିଆଯାଇଛି ବମିଖାଲ ଏବଂ ଲିଙ୍ଗରାଜ ଓଭରବ୍ରିଜ କାମ ନିଜେ ପୂର୍ତ୍ତ ବିଭାଗ କରିବ । ସମ୍ବଲପୁର ଏବଂ ଜଟଣୀ ପାଇଁ ସାନି ଟେଣ୍ଡର୍ ଡାକିବାକୁ ଆଇନଗତ ଦିଗ ତର୍ଜମା କରୁଛନ୍ତି ସରକାର ।

ସେପଟେ କମିଶନରେଟ୍ ପୋଲିସ୍, ପଣ୍ତା ଇନଫ୍ରାର ଅନ୍ୟତମ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ ଜଟଣୀରୁ ଗିରଫ କରିଛି । ଘଟଣାରେ ପୋଲିସ ନିଜ ଆଡୁ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଜଣଙ୍କୁ ଗିରଫ କରାଯାଇଛି ।

ତଦନ୍ତ ରିପୋର୍ଟ ଏବଂ ସରକାରଙ୍କ ପଦକ୍ଷେପ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି । ସରକାରୀ ବାବୁଙ୍କୁ ଖସାଇ ଦେବାକୁ ଭରପୂର୍ ଉଦ୍ୟମ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ବ୍ରିଜ୍ ନିର୍ମାଣରେ ବ୍ୟାପକ ହେରଫେର ହୋଇଛି, ଯାହାର ଗଦାଗଦା ପ୍ରମାଣ ଥିବା କହିଛନ୍ତି ବିଜେପି ଓ କଂଗ୍ରେସ । ସରକାରକୁ ଆସିଲେ, କମିଶନ ବସାଇ ସେସବୁର ପର୍ଦ୍ଦାଫାଶ୍ କରିବ ବୋଲି କହିଛି କଂଗ୍ରେସ ।

ବମିଖାଲ ଓଭରବ୍ରିଜ୍ ନିର୍ମାଣରୁ ପଣ୍ଡା ଇନଫ୍ରାକୁ ବାଦ୍ ଦିଆ ଯାଇଥିବା ବେଳେ ଖୁବ୍ ଶୀଘ୍ର ସରକାର ନିଜେ କାମ ଆରମ୍ଭ କରିବେ । ଦୁଇ ମାସ ଭିତରେ ପୂରା କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

 

ONA

Leave a Reply

Top