You are here
Home > ଲାଟେଷ୍ଟ > ହତ୍ୟା ମାଲାର ଶୁଣାଣି ↔ ହାଜିରା ଦେଲେ ବିଜେଡି ବିଧାୟକ

ହତ୍ୟା ମାଲାର ଶୁଣାଣି ↔ ହାଜିରା ଦେଲେ ବିଜେଡି ବିଧାୟକ

ଭଦ୍ରକ: ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଜାମିନ୍‌ ମିଳିଛି । ନିରଞ୍ଜନ ଜେନା ହତ୍ୟାକାଣ୍ଡ ମାମଲାରେ ବିଧାୟକ ମୁକ୍ତିକାନ୍ତ ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ହାଜର ହୋଇ  ଜାମିନ ଆବେଦନ କରିଥିଲେ । ଦୁଇ ଜଣ ଜାମିନଦାର ଓ ୨୫,୦୦୦ ଟଙ୍କା ମୁଚାଲିକା ବଦଳରେ ଏଡିଜେ କୋର୍ଟ ତାଙ୍କୁ ଜାମିନ୍‌ ଦେଇଛନ୍ତି। ପୂବର୍ରୁ ଏହି ହତ୍ୟାକାଣ୍ଡ ମାମଲାରେ ସେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହିତ ନିମ୍ନ ଅଦାଲତରେ ହାଜର ହେବାକୁ  ନିର୍ଦ୍ଦେଶ ଦେଇଥିଲେ।
ଭଦ୍ରକ ଜିଲ୍ଲାର ସଂରକ୍ଷିତ ଆସନ ଧାମନଗରରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ମୁକ୍ତିକାନ୍ତଙ୍କୁ ଓଡ଼ିଶା ହାଇକୋର୍ଟରୁ ଗୁରୁବାର ଲାଗିଥିଲା ଛାଟ । ମୁକ୍ତିକାନ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ହାଇକୋର୍ଟ । ଏଥିସହ ବିଚାରପତି ଏସ୍.କେ. ମିଶ୍ର ତାଙ୍କୁ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ତାଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  ମାମଲାରେ ସମ୍ପୃକ୍ତ ଅନ୍ୟ ଆସାମୀଙ୍କ ଲାଗି ନିମ୍ନ ଅଦାଲତ ଯେଭଳି ପଦକ୍ଷପ ଗ୍ରହଣ କରିଛନ୍ତି ବିଧାୟକ ମୁକ୍ତିକାନ୍ତଙ୍କ କ୍ଷେତ୍ରରେ ସେଭଳି ଅବଲମ୍ବନ କରିବାକୁ ବିଚାରପତି ଆଦେଶନାମାରେ ଉଲ୍ଲେଖ କରିଛନ୍ତି । ହତ୍ୟାକାଣ୍ଡରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରି ତାଙ୍କ ବିରୋଧରେ ମାମଲାର ବିଚାର କରିବାକୁ  ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ନିମ୍ନ ଅଦାଲତ ତାଙ୍କ ଅଦାଲତରେ ହାଜର ହେବାକୁ ସମନ ଜାରି କରିଥିଲେ । ବିଧାୟକ ଏହି ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ।
୨୦୦୨ ନଭେମ୍ବର ୩ରେ ଭଦ୍ରକ ଜିଲ୍ଲା ବାସୁଦେବପୁର ସୁଗୋ ଅଞ୍ଚଳର ନିରଞ୍ଜନ ଜେନାଙ୍କୁ ଆକ୍ରମଣ ହୋଇଥିଲା । ନିରଞ୍ଜନଙ୍କୁ ମେଡିକାଲ ନିଆଯାଉଥିଲାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ନିରଞ୍ଜନ ମୃତ୍ୟୁ ପୂର୍ବରୁ ମୁକ୍ତିକାନ୍ତ ମଣ୍ଡଳ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ବୟାନ ଦେଇଥିଲେ । ଏ ନେଇ ନିରଞ୍ଜନଙ୍କ ଦାଦା ଦୁଃଶାସନ ଜେନା ଥାନାରେ ଏତଲା ଦେଇଥିଲେ । ପୋଲିସ  ଅଦାଲତରେ ଦାଖଲ କରିଥିବା ଅଭିଯୋଗ ଫର୍ଦ୍ଦରେ ବିଧାୟକଙ୍କୁ ଅଭିଯୁକ୍ତ ତାଲିକାରୁ ବାଦ୍ ଦେଇଥିଲା । ଏବେ ଭଦ୍ରକ ଜିଲା ତଥା ଦୌରାଜଜଙ୍କ ଇଜଲାସରେ ମାମଲାର ବିଚାର ଚାଲିଛି । ମାମଲାର ଶୁଣାଣି ଚାଲିଥିଲାବେଳେ ଦୁଃଶାସନଙ୍କ ପକ୍ଷରୁ ବିଧାୟକ ଓ ନେପାଳ ବାରିକ ଆଦିଙ୍କୁ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ଆବେଦନ କରାଯାଇଥିଲା । ମାମଲାର ସାକ୍ଷୀଙ୍କ ବୟାନରେ ତାଳମେଳ ନଥିବାରୁ ଜଜ୍ ଏହି ଆବେଦନକୁ ଖାରଜ କରିଥିଲେ । ଜିଲା ଜଜଙ୍କ ସେହି ଆଦେଶ ବିରୋଧରେ ଦୁଃଶାସନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବିଚାରପତି ସଙ୍ଗମ କୁମାର ସାହୁ ମାମଲାର ଶୁଣାଣି କରି ବିଧାୟକ ମଣ୍ଡଳଙ୍କୁ ଏଥିରେ ପକ୍ଷଭୁକ୍ତ କରି ମାମଲାର ବିଚାର ପାଇଁ ନିମ୍ନ ଅଦାଲତକୁ  ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁକ୍ତିଙ୍କ ପାଇଁ ଅଡୁଆ ବଢିଥିଲା ।

ONA

Leave a Reply

Top