You are here
Home > ବଡ଼ଖବର > ବୈଜୟନ୍ତଙ୍କ ସାଂସଦ ପଦ ଯିବା ନେଇ ସୂଚନା ଦେଲେ ବାଚସ୍ପତି

ବୈଜୟନ୍ତଙ୍କ ସାଂସଦ ପଦ ଯିବା ନେଇ ସୂଚନା ଦେଲେ ବାଚସ୍ପତି

ଭୁନନେଶ୍ୱର: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି । ଏ ନେଇ ଶ୍ରୀମତୀ ମହାଜନ ଲୋକସଭାର ସଦସ୍ୟମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଜୁଲାଇ ୧୮ ତାରିଖରୁ ଅର୍ଥାତ୍ ସଂସଦ ମୌସୁମୀ ଅଧିବେଶନ ଆରମ୍ଭ ଦିନଠାରୁ ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କରାଗଲା ବୋଲି ଏଥିରେ ଉଲ୍ଲେଖ ରହିଛି । ଏପରି କି ବାଚସ୍ପତି ଲୋକସଭାରେ ଏ ବିଷୟ ଘୋଷଣା ମଧ୍ୟ କରିଛନ୍ତି । ବୈଜୟନ୍ତ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତିଙ୍କୁ ଭେଟି ସେ ଦେଇଥିବା ଇସ୍ତଫାକୁ ଗ୍ରହଣ କରିନେବା ପାଇଁ ଅନୁରୋଧ କରିଥିଲେ । ପୂର୍ବରୁ ବାଚସ୍ପତି ତାଙ୍କୁ ଭାବିବା ପାଇଁ ସମୟ ଦେଇଥିଲେ । ବୈଜୟନ୍ତ ମଧ୍ୟ ସମୟ ନେଇ କହିବେ ବୋଲି କହିଥିଲେ । କିନ୍ତୁ ଏହା ଦେଖିô ବିଜେଡି ପ୍ରତିକ୍ରୀୟା ପ୍ରକାଶ କରିବା ସହ ବାଚସ୍ପତିଙ୍କୁ ଚିଠି ଲେଖି ତୁରନ୍ତ ଇସ୍ତଫା ଗହଣ କରିନେବାକୁ ଅନୁରୋଧ କରିଥିଲା । ବୈଜୟନ୍ତ ମଧ୍ୟ ଏଥିରେ ବିଜେଡିର ଆଭିମୁଖ୍ୟକୁ ନେଇ ସମାଲୋଚନା କରିଥିଲେ । ଏଥର ବାଚସ୍ପତିଙ୍କ ପାଖରେ ପହଞ୍ôଚ ବୈଜୟନ୍ତ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା କଥା କହିବା ସହ ସେ ଆଉ ବିଜେଡିରେ ନ ଥିବାରୁ ସେ ଦଳର ସାଂସଦ ଭାବେ ରହିବାକୁ ଚାହୁଁନାହାଁନ୍ତି । ଏଣୁ ତାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିବା ନେଇ ସମସ୍ତଙ୍କୁ ଜଣାଇଛନ୍ତି । ଫଳରେ ବିଜେଡିର ଲୋକସଭାରେ ସାଂସଦ ସଂଖ୍ୟା ୨୦ରୁ ୧୯କୁ ହ୍ରାସ ପାଇଛି ।

ONA

Leave a Reply

Top