You are here
Home > Author: ONA

ଆଇଆଇଟି ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଭୁବନେଶ୍ୱର: ଚାକିରି ହେଉକି ଶିକ୍ଷାନୁଷ୍ଠାନ, ସବୁଠି ଝିଅମାନେ ନିଜକୁ ସୁରକ୍ଷିତ  ମନେ କରୁନାହାନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇଣ୍ଡିଆନ୍ ଇନଷ୍ଟିଚୁ୍ୟଟ୍ ଅଫ୍ ଟେକନଲୋଜି ଭୁବନେଶ୍ୱରରେ  । ଏହି ଶିକ୍ଷାନୁଷ୍ଠାନରେ ନିର୍ଯାତନାର ଶିକାର ହୋଇଥିବା ଜଣେ ପିଏଚଡି ଛାତ୍ରୀ ଥାନାରେ ଏତଲା ଦେଇଛନ୍ତି । ଭୁବନେଶ୍ୱର ମହିଳା ଥାନାରେ ଛାତ୍ରୀ ଜଣକ ତାଙ୍କ ଓକିଲଙ୍କ ସହିତ ଆସି ପ୍ରଫେସର ପିଡି ରେଡ୍ଡୀ ଅଭିଯୋଗ କରିଛନ୍ତି ।

‘ଆଉଟଲୁକ୍’ରେ ନବୀନ ଶ୍ରେଷ୍ଠ ପ୍ରଶାସକ

ଭୁବନେଶ୍ୱର: ଇଂରାଜୀ ପତ୍ରିକା ‘ଆଉଟଲୁକ’ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବେ ଘୋଷଣା କରାଯାଇଛି । ପତ୍ରିକା ପକ୍ଷରୁ କରାଯାଇଥିବା ଏକ ଅନଲାଇନ୍ ସର୍ଭେରେ ଫଳାଫଳ ଆସିଛି । ଦେଶରେ ଶ୍ରେଷ୍ଠ ସାଂସଦ ଭାବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ମନୋନୀତ କରାଯାଇଛି । ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନବୀନଙ୍କ ପଛକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ, ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତ୍ରିପୁରା ମୁଖ୍ୟମନ୍ତ୍ରୀ

ମୁକୁଳିବେ କୋଟିପତି ଠକ

  କଳାଟଙ୍କା ବାଦଶାହା ସିସୋର ଗ୍ରୁପ ମାଲିକ ପ୍ରଶାନ୍ତ ଦାଶଙ୍କୁ ମିିଳିଛି ଆଶ୍ୱସ୍ଥି । ସେ ଜେଲରୁ ମୁକୁଳିବେ । ଦୀର୍ଘ ୪ ବର୍ଷର ଜେଲ୍ ରହଣୀ ପରେ ଶେଷରେ କୋର୍ଟ ତାଙ୍କୁ ଦେଇଛନ୍ତି ସର୍ତ୍ତମୂଳକ ଜାମିନ୍ । ଫଳରେ ପ୍ରଶାନ୍ତଙ୍କ ଝାରପଡା ଜେଲ ଠିକଣା ଖୁବଶୀଘ୍ର ବଦଳିବାକୁ ଯାଉଛି । ୨୦୧୩ରୁ ଗିରଫ ହୋଇଥିବା ପ୍ରଶାନ୍ତଙ୍କୁ ହାଇକୋର୍ଟ ଏକାଧିକ ସର୍ତ୍ତରେ ଜାମିନ ମଞ୍ଜୁର କରିଛନ୍ତି । ପାସ୍ପୋର୍ଟ ଦାଖଲ

ଆଇଓସିଏଲ୍ ବିବାଦ: ସମାଧାନ ନେଇ ନବୀନ, ଧର୍ମେନ୍ଦ୍ର ଆଶାବାଦୀ

ନୂଆଦିଲ୍ଲୀ: କେନ୍ଦ୍ର ତୈଳ ଓ ପ୍ରାକୃତିତ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଇଓସିଏଲ୍ ବିବାଦକୁ ନେଇ ଶୁକ୍ରବାର ନୂଆଦିଲ୍ଲୀର ଓଡ଼ିଶା ଭବନରେ ଆଲୋଚନା ହୋଇଛି । ସାକ୍ଷାତକାର ସକରାତ୍ମକ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେପଟେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସ୍ୱାର୍ଥର ସୁରକ୍ଷା ପାଇଁ ଉଭୟ ରାଜ୍ୟସରକାର ଓ କେନ୍ଦ୍ରସରକାର ବଦ୍ଧ ପରିକର । ପାରାଦୀପ ଆଇଓସିଏଲକୁ ବିକ୍ରିକର ଉପରେ

ରାଜରାସ୍ତାରେ ଶିକ୍ଷକ: ୪ ହଜାର ସ୍କୁଲରେ ପାଠପଢ଼ା ଠପ୍

ଭୁବନେଶ୍ୱର: ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ଦାବିରେ ଶିକ୍ଷକଙ୍କ ଆନେ୍ଦାଳନ ଜାରି ରହିଛି ।  ଏହି ଆନେ୍ଦାଳନକୁ ବ୍ୟାପକ କରିବା ପାଇଁ ସାମିଲ ହୋଇଛନ୍ତି, ବିଦ୍ୟାଳୟ ଶିକ୍ଷକ ସଂଘ, ୬୬୨ ବର୍ଗ କଲେଜ ଶିକ୍ଷକ ଓ ୪୮୮ ବର୍ଗ କଲେଜ ଶିକ୍ଷକ ସଂଘ । ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ବ୍ୟାନରରେ ବିଭିନ୍ନ ସ୍ତରର ପ୍ରାୟ ୫୦ ହଜାର ଶିକ୍ଷକ ଓ କର୍ମଚାରୀ ଆନେ୍ଦାଳନକୁ ଓହ୍ଲାଇଛନ୍ତି ।  

୧୯ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି  ରାଜ୍ୟ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକାଶ ମେଘାଚ୍ଛନ୍ନ  ରହିବା ସାଙ୍ଗକୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଗୁରୁବାର

ଦାମଙ୍କ ଉପରେ ନବୀନଙ୍କ ଆସ୍ଥା ନାହିଁ: ପୃଥ୍ୱୀରାଜ

ଭୁବନେଶ୍ୱର: ଆଇଓସିଏଲ ବିବାଦ ନେଇ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହେବ । କିନ୍ତୁ ଏହି ସାକ୍ଷାତ ଆଲୋଚନାକୁ ନାପସନ୍ଦ କରିଥିଲେ ରାଜ୍ୟ କୃଷିମନ୍ତ୍ରୀ ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ କଥା ହୋଇପାରି ଥାନ୍ତେ । ସେ ତାଙ୍କର ପ୍ରୋଟୋକଲା ଭାଙ୍ଗିଛନ୍ତି ବୋଲି ଅଭିଯୋଭ କହିଛନ୍ତି ଦାମ । ଦାମଙ୍କ ଏହି ମନ୍ତବ୍ୟର ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ  ହରିଚନ୍ଦନ ପ୍ରତିକ୍ରିୟାର ରଖିଛନ୍ତି

ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ରଙ୍କ ସାକ୍ଷାତକୁ ଦାମଙ୍କ କଟାକ୍ଷ

ଭୁବନେଶ୍ୱର: ଆଇଓସିଏଲ୍ ବିବାଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଆଲୋଚନା କରିବେ । କିନ୍ତୁ ଏହାକୁ ନାପସନ୍ଦ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ  ଆଲୋଚନା କରିବା ଉଚିତ ହେବନି । ଧର୍ମେନ୍ଦ୍ରଙ୍କୁ ଡକାଇ ମୁଖ୍ୟମନ୍ତ୍ରୀ କଥା ହୋଇ ପାରିଥାନ୍ତେ ବୋଲି ଦାମ କହିଛନ୍ତି । ଦାମଙ୍କ କହିବା ମୁତାବକ କେନ୍ଦ୍ରର ଏକ ପିଏସୟୁ ରାଜ୍ୟ

ଅଡୁଆରେ ନବୀନ, ଉଦ୍ଧାରିବେ ତାରା

ଭାଲୁ ଭାଇନା ହାତ ଛାଡି ଶଙ୍ଖ ଫୁଙ୍କିବେ ! ଜୟପୁର ବିଧାନସଭା ଆସନ ନୁହେଁ  ବ୍ରହ୍ମପୁର ଲୋକସଭା ଆସନରୂୁ ବିଜେଡି ଟିକେଟରେ ଲଢିବେ । ଏଥିପାଇଁ କୁଆଡେ ଭିତିରିଆ ଡିଲ୍ ଚାଲିଛି । ଆଉ ତାରାଙ୍କୁ ବିଜେଡିକୁ ଆଣି ନିଜ ହିଞ୍ଜିଳି ଆସନକୁ ସୁରକ୍ଷିତ ରଖିବା ଚକ୍କରେ ନବୀନ ଥିବା ଚର୍ଚ୍ଚା ହେଉଛି । ଭୁବନେଶ୍ୱର, (ସମ୍ବ୍ରିତା ମହାନ୍ତି): ବିରୋଧୀ ଦଳ ମୁଖ୍ୟ-ସଚେତକ ତଥା ବିଧାୟକ ତାରା ପ୍ରସାଦ ବାହିନୀପତିି

ଓଲ୍ଡ ଗାର୍ଡ ପାୱାର ଫୁଲ

ଭୁବନେଶ୍ୱର,(ଅମ୍ବୁଜ ବିଶୋଇ): ପ୍ରଦେଶ କଂଗ୍ରେସ ଲାଗି ନୂଆ ମୁଣ୍ଡିଆଳ ଖୋଜା ଚାଲିଛି । ଖାସ୍ ସେଥିପାଇଁ ଓଡିଶା ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ୩ ଜଣିଆ ପର୍ଯ୍ୟବେକ୍ଷକ କମିଟି । ଜିତେନ୍ଦ୍ର ସିଂ, ତାମ୍ରଧ୍ୱଜ ସାହୁ ଓ କଂଗ୍ରେସ ସାଂସଦ ଗୌରବ ଗୋଗଇ ୩ ଦିନିଆ ଗସ୍ତରେ ଆସି ରାଜ୍ୟ କଂଗ୍ରେସ ମୁଣ୍ଡିଆଳ କିଏ ହୋଇପାରେ ତା’ର ତାଲିକା ପ୍ରସ୍ତୁତ କରୁଛନ୍ତି । ପ୍ରସାଦ ହରିଚନ୍ଦନଙ୍କ ପରେ

ରାଧାରାଣୀଙ୍କ ହୋମକମିଂ

ଝାରସୁଗୁଡା : ଓଡ଼ିଶା ସାରା ଶଙ୍ଖନାଦ । କିନ୍ତୁ ଶିଳ୍ପ ସମୃଦ୍ଧ ଜିଲ୍ଲା ଝାରସୁଗୁଡା ଜିଲ୍ଲାରେ ବିଜେଡି ବ୍ୟାକଫଟ୍ରେ । ବ୍ରଜରାଜନଗର ଆସନରୁ ଗତ ନିର୍ବାଚନରେ କଂଗ୍ରେସର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଜେଡି ଲଢ଼ାଇବା ସତ୍ତ୍ୱେ ସେ ଚିତପଟ୍ଟାଙ୍ଗ୍ ମାରିଲେ । ଝାରସୁଗୁଡାରେ ଏବେ ରାଜ କରୁଛି କଂଗ୍ରେସ । ବିଜେଡି ସୁପ୍ରିମୋଙ୍କୁ ନାକେଦମ କରି ଦେଉଥିବା ଝାରସୁଗୁଡାର କଂଗ୍ରେସ ବିଧାୟକ  ନବ କିଶୋର ଦାସ ଓ ବ୍ରଜରାଜନଗର

ୟୁରିନ୍ ଇନଫେକସନ୍

ୟୁରିନ ଇନଫେକସନ ବା ମୂତ୍ର ସଂକ୍ରମଣ ଏକ ଜୀବାଣୁ ଜନିତ ସମସ୍ୟା । ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ବିଭିନ୍ନ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ । ତେବେ ନିଜେ ସଫା ସୁତୁରା ରହିବା ସହ କିଛି ସାବଧାନତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଲକ୍ଷଣ: ୟୁରିନ ଇନଫେକସନ ହେଲେ ଆପଣ ସହଜରେ ଜାଣିପାରିବେ । କାରଣ ଇନଫେକସନ

ୟୁରିନ୍ ଇନଫେକସନ୍

ୟୁରିନ ଇନଫେକସନ ବା ମୂତ୍ର ସଂକ୍ରମଣ ଏକ ଜୀବାଣୁ ଜନିତ ସମସ୍ୟା । ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ବିଭିନ୍ନ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ । ତେବେ ନିଜେ ସଫା ସୁତୁରା ରହିବା ସହ କିଛି ସାବଧାନତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ । ଲକ୍ଷଣ: ୟୁରିନ ଇନଫେକସନ ହେଲେ ଆପଣ ସହଜରେ ଜାଣିପାରିବେ । କାରଣ ଇନଫେକସନ

ଲାଲ୍ କିଲ୍ଲାର ନିର୍ମାତା ହିନ୍ଦୁରାଜା

ଲାଲ କିଲ୍ଲା କାହାର? କିଏ ନିର୍ମାଣ କରିଥିଲେ ଲାଲ କିଲ୍ଲା? ମୋଗଲ ଶାସକ ନା ହିନ୍ଦୁ ରାଜା? ମୋଗଲ ସମ୍ରାଟ ଶାହାଜାହନ ନୁହେଁ ବରଂ ହିନ୍ଦୁ ରାଜା ଅନଙ୍ଗପାଳ ଦିଲ୍ଲୀରେ ରେଡ୍ ସାଣ୍ଡଷ୍ଟୋନରେ ଅପୂର୍ବ କଳାକୃତି ଖଚିତ ଏହି ଦୁର୍ଗ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ସମ୍ରାଟ ଶାହଜାହନ ଲାଲ କିଲ୍ଲା ଅକ୍ତିଆର କରିବା ପରେ ଏଥିରେ କିଛି ନବୀକରଣ କାର୍ଯ୍ୟ କରିଥିଲେ । ଏ ସଂପର୍କିତ ବହୁ

୮୧ ଲକ୍ଷ ଆଧାରକାର୍ଡ଼ ଅକାମୀ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍‌ ପରେ ଆଧାର କାର୍ଡ଼ । କେନ୍ଦ୍ର ସରକାର ପ୍ରଥମେ ୧୧ ଲକ୍ଷ ୪୪ ହଜାରରୁ ଅଧିକ ପ୍ୟାନକାର୍ଡକୁ ଅକାମୀ କରିବା ପରେ ଏବେ ୮୧ ଲକ୍ଷ  ଆଧାରକାର୍ଡ଼କୁ ନିଷ୍କ୍ରିୟ କରିଦେଛନ୍ତି।  ଏହି ଆଧାର କାର୍ଡ଼ (ବାୟୁମେଟ୍ରିକ୍‌ କାର୍ଡ଼) ନିଷ୍କ୍ରିୟ କରାଯାଇଥିବା କେନ୍ଦ୍ର ଆଇଟି ମନ୍ତ୍ରୀ(ରାଷ୍ଟ୍ର) ପିପି ଚୌଧୁରୀ ରାଜ୍ୟ ସଭାରେ ଘୋଷଣା କରିଛନ୍ତି। ବିଭିନ୍ନ କାରଣରୁ  ଏହି ଆଧାର କାର୍ଡ଼କୁ ରଦ୍ଦ କରାଯାଥିବା ମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି।

Top