You are here
Home > ଅଧିକ ଖବର > ଦୁଷ୍କର୍ମ ପୀଡ଼ିତାଙ୍କୁ କାର୍ଟୁନ କରି କଳାକାର ହଟହଟା

ଦୁଷ୍କର୍ମ ପୀଡ଼ିତାଙ୍କୁ କାର୍ଟୁନ କରି କଳାକାର ହଟହଟା

ତ୍ରିଭେନ୍ଦ୍ରମ: କେରଳରେ ଏକ କଳାକାରଙ୍କ ଘର ଉପରକୁ ପଥରମାଡ଼ କରିଛନ୍ତି କିଛି ବିକ୍ଷୋଭକାରୀ । କିଛି ଅଜଣା ବ୍ୟକ୍ତି ଚିତ୍ରଶିଳ୍ପୀ ଦୁର୍ଗା ମଲାଠିଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଘର ଉପରକୁ ଅନବରତ ପଥରମାଡ଼ କରିଥିବାର ଖବର ହସ୍ତଗତ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ କାଠୁଆରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଲାଗି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ କେରଳୀ କଳାକାର ଦୁର୍ଗା ମଲାଠୀ ପୀଡ଼ିତାଙ୍କ କାର୍ଟୁନ କରି ହିନ୍ଦୁ ଦେବାଦେବୀଙ୍କ ବିରୋଧରେ ଦୋଷାରୋପ କରିବାକୁ ପଛାଇନଥିଲେ ।

କଳାକାର ଦୁର୍ଗା ମଲାଡ଼ି ଯେଉଁ ଚିତ୍ର କରିଛନ୍ତି, ସେଥିରେ ତ୍ରିଶୁଳରେ ପୁରୁଷ ଲିଙ୍ଗକୁ ଚିତ୍ର କରି ବିଜେପି ପତାକା ଆଙ୍କିଥିଲେ । ଫଳରେ ସେଠାରେ ଏହି ଚିତ୍ରକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ଦୁର୍ଗାଙ୍କ ଘର ଉପରକୁ ଟେକାପଥର ମାଡ଼ ବୃଷ୍ଟି ହୋଇଥିଲା ।

ONA

Leave a Reply

Top