You are here
Home > ଲାଟେଷ୍ଟ > ହାପି ବାର୍ଥ ଡ଼େ ସଚିନ !

ହାପି ବାର୍ଥ ଡ଼େ ସଚିନ !

ମୁମ୍ବାଇ: ସଚିନ ତେନ୍ଦୁଲକର । କ୍ରିିକେଟର ଭଗବାନ । ମାଷ୍ଟରବ୍ଲାଷ୍ଟର ସଚିନଙ୍କ ଆଜି ହେଉଛି ୪୫ତମ ଜନ୍ମଦିବସ । ଏହି ବିଶ୍ୱ ପ୍ରସିଦ୍ଧ ବ୍ୟାଟସମ୍ୟାନଙ୍କ ଜନ୍ମ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇଠାରେ ହୋଇଥିଲା । ୧୯୮୯ ମସିହାରେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିବା ସମୟରେ ଭାରତୀୟ କ୍ରିକେଟ ଦଳରେ ସ୍ଥାନ ପାଇଥିଲେ । ତାଙ୍କର ଚମକ୍ରାର ବ୍ୟାଟିଂ ଲାଗି ସେ ଖୁବ ଶିଘ୍ର ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିଲେ ।

ବିଶ୍ୱକ୍ରିକେଟରେ ଜାଜ୍ୱଲ୍ୟମାନ ନୂଆ କୀର୍ତ୍ତିମାନ ସ୍ଥାପନ କରି ସେ ରେକର୍ଡ଼ ପରେ ରେକର୍ଡ଼ କରିଚାଲିଲେ । ସଚିନଙ୍କ ଅନେକ ରେକର୍ଡ଼ ଆଜି ପର୍ଯ୍ୟନ୍ତ ଅତୁଟ ହୋଇ ରହିଛି । ସେ ଯାହାବି ହେଉ ସଚିନଙ୍କ ଅସଂଖ୍ୟ ପ୍ରଶଂସକ ଆଜି ମଧ୍ୟ ସଚିନଙ୍କୁ ତାଙ୍କ ସଫଳତା ଲାଗି ମନେ ପକାଇଥାଆନ୍ତି । ସେ ୨୦୧୩ ମସିହାରେ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ କ୍ରିକେଟ ସହିତ ନିଜକୁ ସଂଶ୍ଳିଷ୍ଟ ରଖିବାକୁ କହିଥିଲେ ।

ତାଙ୍କର ପିଲାଦିନର ସ୍କୁଲ ସାଥି ବିନୋଦ କାମ୍ବଲୀ, ପତ୍ନୀ ଅଞ୍ଜଳି, ଝିଅ ସାରା, ନିଜର ପରିବାର ଏବଂ ଅସଂଖ୍ୟ ପ୍ରଶଂସକ ତାଙ୍କୁ ଆଜି ଜଣାଇଛନ୍ତି ଶୁଭେଚ୍ଛାର ବାର୍ତ୍ତା । ପ୍ରାୟ ସବୁ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ସଚିନଙ୍କ ସଫଳତାକୁ ମନେ ପକାଇ ଅଭିନନ୍ଦନ ଜଣାଇଛନ୍ତି ।

ONA

Leave a Reply

Top