You are here
Home > ଇଣ୍ଡିଆ > ଆଜିଠାରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ

ଆଜିଠାରୁ ୨ ଦିନିଆ ବ୍ୟାଙ୍କ୍ ଧର୍ମଘଟ

ଚେନ୍ନାଇ: ଆଜିଠାରୁ ଠାରୁ ଦେଶବ୍ୟାପୀ ବିଭିନ୍ନ ସରକାରୀ ଓ ଘରୋଇ ବ୍ୟାଙ୍କ୍ଗୁଡ଼ିକର ୧୦ ଲକ୍ଷ ଅଫିସର୍ ଓ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବାରୁ ବ୍ୟାଙ୍କ୍ କାର୍ଯ୍ୟ
ପ୍ରଭାବିତ ହେବ । ଅଫିସର୍ ଓ କର୍ମଚାରୀମାନେ ୨% ବେତନ ବୃଦ୍ଧି ପାଇଁ ଭାରତୀୟ ବ୍ୟାଙ୍କ୍ ଆସୋସିଏସନ୍ (ଆଇବିଏ)ର ପ୍ରସ୍ତାବକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଗତ ୫ରେ ବେତନ ବୃଦ୍ଧି ନେଇ ଅନୁଷ୍ଠିତ ବୈଠକରେ ଆଇବିଏ ଏହି ପ୍ରସ୍ତାବ ଦେଇଥିଲା । ବ୍ୟାଙ୍କ୍ ୟୁନିୟନ୍ଗୁଡ଼ିକ ୧୪- ୧୫%ରୁ କମ୍ ବେତନ ବୃଦ୍ଧିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ୯ଟି ବ୍ୟାଙ୍କ୍କ ର୍ମଚାରୀ ସଂଘକୁ ନେଇ ଗଠିତ ୟୁନାଇଟେଡ୍ ଫୋରମ ଯଥାସାଧ୍ୟ ଉଦ୍ୟମ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । ୟୁଏଫ୍ବିୟୁ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଏବଂ ଆଇବିଏ ପକ୍ଷରୁ ମଧ୍ୟ ଧର୍ମଘଟ ଏଡ଼ାଇବାକୁ ଉଦ୍ୟମ କରାଯାଇ ଥିଲା । ଅଲ୍ଇ ଣ୍ଡିଆ ବ୍ୟାଙ୍କ୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟାଚଲମ୍ କହିଛନ୍ତି, ପ୍ରସ୍ତାବିତ ବେତନ ବୃଦ୍ଧିର ପୁନର୍ବିଚାର କରିବା ପାଇଁ ଆଇବିଏ ଜରିଆରେ ବ୍ୟାଙ୍କର୍ସଙ୍କ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦିଆଯାଇନଥିଲା । ତେଣୁ କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଉଛନ୍ତି ।

ONA

Leave a Reply

Top