You are here
Home > ଇଣ୍ଡିଆ > ସାମ୍ବାଦିକାଙ୍କ ଗାଲ ଛୁଇଁ ଭୁଲ୍ ମାଗିଲେ ରାଜ୍ୟପାଳ

ସାମ୍ବାଦିକାଙ୍କ ଗାଲ ଛୁଇଁ ଭୁଲ୍ ମାଗିଲେ ରାଜ୍ୟପାଳ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କ ବୟସ ହେଉଛି ୭୮ ବର୍ଷ । ବିନା ଅନୁମତିରେ ଜଣେ ସାମ୍ବାଦିକାଙ୍କ ଗାଲକୁ ଛୁଇଁ ଦେଇଥିବାରୁ ଏହାକୁ ବିରୋଧ କରିଥିଲେ ସାମ୍ବାଦିକା ଜଣକ । ଟ୍ୱିଟ୍ କରି ବିରୋଧ କରିଥିଲେ ସାମ୍ବାଦିକା ଲକ୍ଷ୍ମୀ ସୁବ୍ରମଣିୟାନ । ଏହା ଧିରେ ଧିରେ ବିବାଦୀୟ ହୋଇପଡୁଥିବାରୁ ଶେଷରେ ରାଜ୍ୟପାଳ ମହିଳା ସାମ୍ବାଦିକାଙ୍କୁ କ୍ଷମା ମାଗିଛନ୍ତି ।

ଏକ ଯୌନମାମଲାରେ ରାଜ୍ୟପାଳଙ୍କ ସମ୍ପୃକ୍ତିକୁ ନେଇ ରାଜ୍ୟପାଳ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ଲକ୍ଷ୍ମୀ ସୁବ୍ରମଣିୟାନ ନାମକ ଜଣେ ସାପ୍ତାହିକ ପତ୍ରିକାର ସାମ୍ବାଦିକା ଏନେଇ ପ୍ରଶ୍ନ ପଚାରିବା ବେଳେ ରାଜ୍ୟପାଳ ଉତ୍ତର ନଦେଇ ବରଂ ସାମ୍ବାଦିକାଙ୍କ ଗାଲକୁ ଟିକେ ଆଉଁସି ଦେଇଥିଲେ । ଏହା ସାମ୍ବାଦିକାଙ୍କୁ ଭଲ ଲାଗିନଥିଲା । ସେ ଟ୍ୱିଟ୍ଟ୍ କରି ଏହି ଘଟଣାର କ୍ଷୋଭ ପ୍ରକାଶ କରିଥିଲେ । ଲକ୍ଷ୍ମୀ ଟ୍ୱିଟ୍ଟ୍ କରି ଲେଖିଛନ୍ତି, ଅବଶ୍ୟ ଆପଣ ଜେଜେଙ୍କ ପରି ସ୍ନେହରେ ମୋ ଗାଲ ସ୍ପର୍ଶ କରିଛନ୍ତି । କିନ୍ତୁ ମୋ ମୋତରେ ଏହା ଭୁଲ୍ । ତେବେ ଏହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ଉପୁଜିବାରୁ ରାଜ୍ୟପାଳ ସାମ୍ବାଦିକା ଲକ୍ଷ୍ମୀଙ୍କୁ କ୍ଷମା ମାଗିଛନ୍ତି ।

ତେବେ ରାଜ୍ୟପାଳ କହିଛନ୍ତି, ସେ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ତାଙ୍କ ଗାଲକୁ ଛୁଇଁ ନାହାନ୍ତି । ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଶିଶୁକୁ ଯେପରି ଗେଲ କରିଥାଏ, ଠିକ୍ ସେପରି ନିଜର ଭାବି ସାମ୍ବାଦିକାଙ୍କ ଗାଲକୁ ଟିକେ ଆଉଁସି ଦେଇଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ସମେତ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇପଡ଼ିଛି ।

ONA

Leave a Reply

Top