You are here
Home > ବଡ଼ଖବର > ଖୋଲିଲା ଜଗ ମୋହନ : ବିଳମ୍ବ ଲାଗି ନୀତି ଡେରି,ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କଲେ ଭକ୍ତ

ଖୋଲିଲା ଜଗ ମୋହନ : ବିଳମ୍ବ ଲାଗି ନୀତି ଡେରି,ଭିତରକାଠରୁ ମହାପ୍ରଭୁଙ୍କ ଦର୍ଶନ କଲେ ଭକ୍ତ

ପୁରୀ : ସୋମବାର ସଂଧ୍ୟା ୫ ଟା ୧୦ ରେ ଖୋଲିଲା ଶ୍ରୀ ମନ୍ଦିର ଜଗମୋହନ । ଭିତରକାଠ ନିକଟରେ ରହି ମହାପ୍ରଭୁଙ୍କ ଦର୍ଶନ କଲେ ଭକ୍ତ ଓ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ନୀତିରେ ସାଢେ ଚାରି ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲେ ବି ଶେଷରେ ଜଗମୋହଲନ ଖୋଲିଥିବାରୁ ଆଶ୍ୱସ୍ତ ହୋଇଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୨ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ । ଜଗମୋହନ ଖୋଲିବା ବିଳମ୍ବ ହୋଇଥିଲେ ବି ଦୀର୍ଘ ପ୍ରତୀକ୍ଷା ପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ଆନନ୍ଦିତ । ସଂଧ୍ୟା ୫ ଟା ୧୦ ମିନିଟ୍ ରେ ଜଗମୋହନ ଖୋଲିବା ପରେ ସକାଳୁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁ ଭିତରକାଠ ନିକଟରୁ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ମନ୍ଦିର ପ୍ରଶାସନ ଆଜିକୁ ଜଗମୋହନ ଖୋଲିବାକୁ ଦିନ ଧାର୍ଯ୍ୟ କରିଥିଲେ । ନିୟମ ଅନୁସାରେ ସକାଳ ଧୂପ ପରେ ସର୍ବସାଧାରଣଙ୍କ ପାଇଁ ଜଗମୋହନ ଖୋଲିବାର ନିୟମ ଧାରୟ୍ୟହୋଇଥିଲା । କିନ୍ତୁ ସକାଳ ଧୁପ ନିର୍ଦ୍ଦାରିତ ସମୟ ଠାରୁ ସାଢେ ୪ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ସକାଳ ଧୁପ ନୀତି ଚାଲୁ ରହିଥିଲା । ସକାଳ ୭ଟା ୫୫ମିନିଟ୍ ସମୟରେ ମଙ୍ଗଳ ଆଳତୀ ,ଅବକାଶ ,ମଇଲମ୍ ଏସବୁ ନିତୀ ନିୟମ ସମ୍ପାଦିତ ହୋଇଥିବା ବେଳେ ରୋଷ ହୋଣ ନୀତି ବଢାଇବା ବେଳେ ଦେଖା ଦେଇଥିଲା ବିବାଦ । ପରେ ପରେ ସେଠାରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ଥିଲେ । ସେବାୟତଙ୍କ ଭିତରେ ସମନ୍ବୟ ଲାଗି ପ୍ରଶାସନ ଉଦ୍ୟମ ଆରମ୍ଭ କରିଥିଲା । ତାହାପରେ ରୋଷ ହୋମ ହୋଇଥିଲା । ତେବେ ନୀତି ବିଳମ୍ବ ଯୋଗୁ ରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭକ୍ତଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା । ସେବାୟତ ମାନେ ମଧ୍ୟ ଅନୁରୁପ ପ୍ରତିକ୍ରିୟା ଦେଖାଇଥିଲେ । ପାଳିଆ ସେବାୟତଙ୍କ ବିଳମ୍ବ ହେତୁ ଏପରି ହୋଇଥିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଏସପି କହିଛନ୍ତି । ଆଗାମୀଦିନରେ ନୀତି ବିଳମ୍ବ ହେଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ସଂପୃକ୍ତ ସେବାୟତଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି ଏସପି । ଏପ୍ରିଲ୍ ୧୬ ତାରିଖ ସୁଦ୍ଧା ଜଗମୋହନ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ପାଇଁ ଗତ ୧୨ ତାରିଖରେ ଛିତିଶା ନିଯୋଗ ବୈଠକ ବସିଥିଲା ।ଆଜିକୁ ଜଗମୋହନ ଖୋଲିବାକୁ ଦିନ ଧାର୍ଯ୍ୟ ହୋଇଥିଲା ।

ONA

Leave a Reply

Top