You are here
Home > Breaking News > ଏଥର ଚମ୍ପୁଆରେ କିଏ?

ଏଥର ଚମ୍ପୁଆରେ କିଏ?

ଭୁବନେଶ୍ୱର,୧୦.୬.୨୦୧୮:କେନ୍ଦୁଝର ଜିଲ୍ଲାର କୋଟିପତି ବିଧାୟକ ପ୍ରାର୍ଥୀଙ୍କ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଆଗାମୀ ନିର୍ବାଚନକୁ ନେଇ ଏବେଠୁ ଚର୍ଚ୍ଚା ଜୋରସୋର ହେବାରେ ଲାଗିଛି । ୨୦୧୯ ନିର୍ବାଚନରେ ଚମ୍ପୁଆ ଆସନରୁ କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାକୁ ନେଇ ଚାଲିଲାଣି ଅଙ୍କକଷା ।
ଖଣିଜ ସଂପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାରେ ରାଜନୀତିର ଖେଳ କେବଳ ଜିଲ୍ଲା ନୁହେଁ ସାରା ଓଡିଶାର ରାଜନୈତିକ ପଟ୍ଟ ପରିବର୍ତ୍ତନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ଆଗାମୀ ୨୦୧୯ ନିର୍ବାଚନରେ କିଏ କେଉଁ ଦଳରୁ ପ୍ରତିଦ୍ୱନ୍ଦିତା କରିବେ କାହାକୁ କେଉଁ ପାର୍ଟିରୁ ଟିକେଟ ମିଳିବ ତାକୁ ନେଇ ରାଜନୈତିକ ବଜାର ଏବେ ସରଗରମ ହେବାରେ ଲାଗିଛି । ଆଉ ସବୁଠାରୁ ବେଶୀ ଚର୍ଚ୍ଚା ଚାଲିଛି ଯେ ଆଗାମୀ ନିର୍ବାଚନରେ ବର୍ତ୍ତମାନର ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଭୂମିକା କ’ଣ ହେବ? ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ଚମ୍ପୁଆ ବିଧାୟକ ସନାତନ ମହାକୁଡ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନ ପାରନ୍ତି । ଏପରିସ୍ଥିତିରେ ବିଧାୟକ ସନାତନଙ୍କ ସମର୍ଥକ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ ତାଙ୍କର ବିଜୟ ସମ୍ଭାବନା ପକ୍କା ବୋଲି କୁହାଯାଉଛି । ଶୁଣିବାକୁ ମିଳିଛି ଯେ ଆଗାମୀ ୨୦୧୯ ନିର୍ବାଚନରେ ପିସିସି ସଭାପତି ତଥା କେନ୍ଦୁଝର ଜିଲ୍ଲାର ଅନ୍ୟତମ ଟାଣୁଆ ନେତା ନିରଞ୍ଜନ ପଟ୍ଟନାୟକ ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବେ । କାରଣ ନିରଞ୍ଜନଙ୍କ ପୁରୁଣା ନିର୍ବାଚନ ମଣ୍ଡଳୀ ରାଏରାମଚନ୍ଦ୍ରପୁର ଏବେ ଆଉ ନାହିଁ । ଘଷିପୁରା ତାଙ୍କ ପାଇଁ ଲକି ବି ସାବ୍ୟସ୍ତ ହେଉନାହିଁ । ଏପରିସ୍ଥିତିରେ ସେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଆଡକୁ ଆଖେଇଛନ୍ତି । ଅତୀତରେ ସନାତନ ମହାକୁଡ କଂଗ୍ରେସ ଦଳ ସହିତ ଜଡିତ ଥିଲେ ଏବଂ ଦଳରୁ ପ୍ରାର୍ଥୀ ହୋଇଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲେ । ଏହାପରେ ସନାତନ କଂଗ୍ରେସ ଛାଡି ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଚମ୍ପୁଆ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଆଉ ଏହା ପରଠାରୁ ଚମ୍ପୁଆ ନିର୍ବାଚନମଣ୍ଡଳୀ ସନା ମହାକୁଡଙ୍କ ଗଡ ପାଲଟି ଯାଇଛି । ସନାଙ୍କ ପ୍ରଭାବ ଏଠାରେ ଏତେ ଅଧିକ ଯେ ଏହି ସମୟରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି, ବିଜେପି, କଂଗ୍ରେସ ଓ ଅନ୍ୟ ଦଳଙ୍କ ସବୁ ଉଦ୍ୟମର ଫଳାଫଳ କିଛି ଖାସ୍ ଜଣା ପଡୁ ନାହିଁ । କିଛି ଦିନ ହେଲା ସନାଙ୍କ ସମୟ ଖରାପ ଚାଲିଛି । ତାଙ୍କ ନୀତି ଓ କାର୍ଯ୍ୟକଳାପକୁ ଏବେ ତାଙ୍କ ନିଜ ଲୋକେ ହିଁ ପସନ୍ଦ ନ କରି ବିରୋଧୀ ପାଲଟି ଯାଇଛନ୍ତି । ତେଣୁ ଆଗାମୀ ନିର୍ବାଚନ ତାଙ୍କ ପାଇଁ ଏତେ ସହଜ ହେବ ନାହିଁ । ସେଥିପାଇଁ ସେ ଆଗାମୀ ନିର୍ବାଚନରେ ନିଜେ ଠିଆ ନ ହୋଇ ନିରଞ୍ଜନଙ୍କୁ ସମର୍ଥନ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ତେବେ ଆଗାମୀ ନିର୍ବାଚନରେ ସନା ମହାକୁଡ କାହାକୁ ସମର୍ଥନ ଦେବେ କି ନିଜେ ଠିଆ ହେବେ ଅଥବା ନିଜ ତରଫରୁ କୋ÷÷ଣସି ପ୍ରାର୍ଥୀଙ୍କୁ ମନୋନୀତ କରିବେ ଏହା ନିର୍ବାଚନ ସମୟରେ ହିଁ ଜଣା ପଡିବ ।

ONA

Leave a Reply

Top