You are here
Home > ଗସିପ ଖବର > ୪ ଆଇପିଏସଙ୍କୁ ଡିଆଇଜି ପଦ

୪ ଆଇପିଏସଙ୍କୁ ଡିଆଇଜି ପଦ

ବଦଳିଲେ କେନ୍ଦ୍ରାପଡା ଏସପି
ଭୁବନେଶ୍ୱର: ଚାରି ଜଣ ଆଇପିଏସ୍‌ ଅଫିସର ଡିଆଇଜି ଭାବେ ପଦୋନ୍ନତି ପାଇଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଏହି ଆଇପିଏସ୍ ଅଫିସରମାନେ ହେଉଛନ୍ତି ଅନୁଗୋଳ ଏସ୍‌ପି କବିତା ଜଲାନ, ସୁନ୍ଦରଗଡ଼ ଏସ୍‌ପି ନିଖିଲ କାନୋଡିଆ, ଡେପୁଟେସନରେ ଥିବା ହିମାଂଶୁଲାଲ ଓ ସଫିନ୍ ଅହମ୍ମଦ। ସେହିପରି ଚାରି ଜଣ ଆଇପିଏସ୍‌ଙ୍କୁ ସିଲେକ୍ସନ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ସେମାନେ ହେଲେ ଦୀପକ କୁମାର, ଆଶିଷ ସିଂହ, ନୀତିନଜିତ୍ ଓ ସତ୍ୟବ୍ରତ ଭୋଇ। ନିଲମ୍ବିତ ଆଇପିଏସ୍‌ ଅଫିସର ସତୀଶ ଗଜଭିୟେଙ୍କୁ ପଦୋନ୍ନତି ମିଳିନାହିଁ। ସେହିପରି ଦୟାନିଧି ଗୋଚ୍ଛାୟତ କେନ୍ଦ୍ରାପଡ଼ାର ନୂଆ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏବେ ସେ ଭିଜିଲାନ୍ସ ଏସ୍‌ପି ଭାବେ କାର୍ୟ୍ୟରତ ଅଛନ୍ତି। ପୂର୍ବତନ ଏସପି ନୀତିନଜିତ ସିଂହ ଡେପୁଟେସନରେ ଯିବା ପରେ  ଦୟାନିଧିଙ୍କୁ ଏହି ନିଯୁକ୍ତି ମିଳିଛି।

ONA

Leave a Reply

Top