You are here
Home > ଲାଟେଷ୍ଟ > ପଞ୍ଚାୟତ ନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ୩୬ ହଜାର ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ: ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ ୩୬ ହଜାର ପ୍ରାର୍ଥୀ

ଭୁବଶ୍ୱେର: ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଆଜି ରାଜ୍ୟ ନିର୍ବାଚନ କମିଶନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରାଜ୍ୟରେ ମୋଟ୍ ୩୬ ହଜାର ୭୭୯ ଜଣ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ କମିଶନଙ୍କ  କାର୍ଯ୍ୟାଳୟଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୋଟ୍ ୩୬ ହଜାର ୨୨୨ ଜଣ ୱାର୍ଡମେମ୍ବର ନିର୍ବାଚିତ ହୋଇଛନ୍ତି । ସେହିପରି ୨୦୯ଜଣ ସରପଞ୍ଚ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ  ହୋଇଥିବା ବେଳେ ୩୪୭ ଜଣ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ମତଦାନ ପୂର୍ବରୁ ନିଦ୍ୱର୍ନ୍ଦ୍ୱରେ ବିୟଜୀ  ହୋଇଛନ୍ତି । ତେବେ ଗଞ୍ଜାମ ଜିଲ୍ଲାରୁ ସବୁଠୁ ଅଧିକ ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୬୮ଜଣ ସରପଞ୍ଚ, ୮୩ଜଣ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିଜେତା ଘୋଷିତ ହୋଇଛନ୍ତି  । ଏହି ଜିଲ୍ଲାରୁ ସର୍ବାଧିକ ୩ ହଜାର ୫୬୬ ଜଣ ପ୍ରାର୍ଥୀ ବିଭିନ୍ନ ପଦବି ପାଇଁ  ନିଦ୍ୱର୍ନ୍ଦ୍ୱ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ମୋଟ ୧ ଲକ୍ଷ ୮୯ ହଜାର ୯୯ ଜଣ ପ୍ରତିନିଧି  ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ଭୋଟରଙ୍କ ସଂଖ୍ୟା ୨ କୋଟି ୬୦ ଲକ୍ଷ ୯୨ ହଜାର ୫୦୬ ରହିଛି ।

ONA

Leave a Reply

Top