You are here
Home > Uncategorized > ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ବର୍ଜନ ପକ୍ରୀୟା ଆରମ୍ଭ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅକ୍ଟୋବର ୨ରୁ ପ୍ଲାଷ୍ଟିକ୍ ବର୍ଜନ ପକ୍ରୀୟା ଆରମ୍ଭ

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ୍ ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ । ୨ ବର୍ଷ ଭିତରେ ସମଗ୍ର ଓଡ଼ିଶାକୁ ପ୍ଲାଷ୍ଟିକ୍ ମୁକ୍ତ ରାଜ୍ୟଭାବେ ପରିଗଣିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ଲାଷ୍ଟିକ୍ ନିଷିଦ୍ଧ କରାଯିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରଥମେ ଆସନ୍ତା ଅକ୍ଟୋବର ୨ରୁ ସମସ୍ତ ମ୍ୟୁନିସ୍ପାଲ କର୍ପୋରେସନ୍ ଓ ପୁରୀରୁ ପ୍ଲାଷ୍ଟିକ୍ ବର୍ଜନ କାର୍ଯ୍ୟ ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ୨ ବର୍ଷ ଭିତରେ ରାଜ୍ୟବ୍ୟାପୀ ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ ଆଜି ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଆରମ୍ଭରେ ଲୋକମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ପ୍ଲାଷ୍ଟିକ୍ ବର୍ଜନ ନେଇ ଲୋକମାନଙ୍କର ସହଯୋଗ କାମନା କରିଥିଲେ । ଏଥି ସହିତ ଗଛ ଲଗାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

ONA

Leave a Reply

Top