You are here
Home > ଲାଟେଷ୍ଟ > ଯାଜପୁରରୁ ୨୭ ଲକ୍ଷ ନକଲି ନୋଟ୍ ଜବତ

ଯାଜପୁରରୁ ୨୭ ଲକ୍ଷ ନକଲି ନୋଟ୍ ଜବତ

ଯାଜପୁର: ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୭ ଲକ୍ଷ ୪୬ ହଜାର ଟଙ୍କାର ନକଲି ନୋଟ୍ ଜବତ କରିଛି । ଏହା ସହ ନକଲି  ନୋଟ୍ କାରବାର ସହ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି । ସୂଚନା ମୁତାବକ ଜବତ ହୋଇଥିବା ନକଲି ନୋଟ୍ ମଧ୍ୟରେ ୨ହଜାର , ୫ଶହ ଏବଂ ଶହେ ଟଙ୍କିଆ ନୋଟ୍ ରହିଛି । ତେବେ ଏହି କାରବାରର  ମୁଖ୍ୟ ତଥା ମାଷ୍ଟର ମାଇଣ୍ଡ ରାମେଶ୍ୱର ମହାରଣାକୁ ଗଞ୍ଜାମ ନୂଆଗାଁରୁ ଗିରଫ କରାଯାଇଛି । ଅନ୍ୟ ୩ଜଣଙ୍କ ମଧ୍ୟରୁ  ୨ଜଣଙ୍କୁ ଯାଜପୁର କାଳିଆପାଣି ଓ ମଙ୍ଗଳପୁର ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଢ଼େଙ୍କାନାଳ ଭୁବନ ଥାନା କିଙ୍ଗୋଲାରୁ ଗିରଫ କରାଯାଇଛି  ।

ONA

Leave a Reply

Top