You are here
Home > Uncategorized > ଟିଟୋର ଦୁଇ ସାର୍ପସୁଟର ସହଯୋଗୀ ଗିରଫ, ପାରାଦୀପ ଜଣେ ଶ୍ରମିକ ନେତାଙ୍କୁ ଜେରା

ଟିଟୋର ଦୁଇ ସାର୍ପସୁଟର ସହଯୋଗୀ ଗିରଫ, ପାରାଦୀପ ଜଣେ ଶ୍ରମିକ ନେତାଙ୍କୁ ଜେରା

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧୀକ ସାମ୍ରାଜ୍ୟ ଭାଙ୍ଗିବା ପାଇଁ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟ୍ୟାସ୍କ ଫୋର୍ସ (ଏସ୍ଟିଏଫ୍) ଜୋର୍ ଦାର ଉଦ୍ୟମ ଚଳାଇଛି । ଟିଟୋ ପତ୍ନୀଙ୍କୁ ଜେରା କରିବା ପରେ ପରିବାରର ଅନ୍ୟ ୧୦ ସଦସ୍ୟଙ୍କୁ ମଧ୍ୟ ଜେରା କରିବାକୁ ତାଲିକା ପ୍ରସ୍ତୁତ କରିଛି ଏସ୍ଟିଏଫ୍ । ଏପରି କି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଟିଟୋର ଦୁଇ ଭଉଣୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି । ରବିବାର ଏସ୍ଟିଏଫ୍ ଟିଟୋର ସାର୍ପସୁଟର ସହଯୋଗୀଙ୍କୁ ଗିରଫ କରାଯାଇଛି । ପରାଦୀପରେ ଟିଟୋର ସାମ୍ୟାଜ୍ୟ ଥିବାରୁ ସେଠାକାର ଶ୍ରମିକ ନେତା ରାକେଶ ପଟ୍ଟନାୟକଙ୍କୁ ମଧ୍ୟ କ୍ରାଇବ୍ରାଞ୍ଚ କାର୍ଯ୍ୟାଳୟକୁ ଡକାଯାଇ ଜେରା କରାଯାଇଛି । ଟିଟୋ ଯେପରି ଆଉ ତାର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ନ ପାରିବ ଏବଂ ଜେଲ୍ ଭିତରୁ ବାହାରି ନ ପାରିବ ସେପରି ଉଦ୍ୟମ ଚଳାଇଛି କ୍ରାଇବବ୍ରାଚ୍ ।
କ୍ରାଇବବ୍ରାଚ୍ ଟିଟୋକୁ ଏନ୍କାଉଣ୍ଟର କରି ଧରିବା ପରେ ତାର ଅପରାଧୀକ ସାମ୍ରାଜ୍ୟର ପେଡ଼ି ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି । ଏଥିରେ ତାର ବ୍ୟବସାୟିକ ଓ ଠିକାଦାରୀ କାରବାର ଧରିବା ପରେ ଏବେ ତାର ସହଯୋଗୀମାନଙ୍କ ଉପରେ ଆଖି ପଡ଼ିଛି । ସେ ବିପୁଳ ପରିମାଣ ଅର୍ଥର ମାଲିକାନା ସାଜିଥିବାରୁ ଏବଂ ଚାରିଆଡ଼େ ବ୍ୟବାସୟିକ ସାମ୍ରାଜ୍ୟ ବିସ୍ତାର କରିଥିବାରୁ ସେସବୁକୁ ଧରିବା ପାଇଁ ଉଦ୍ୟମ ଚଳାଇଛି କ୍ରାଇମବ୍ରାଚ୍ । ଟିଟୋ ଏତେବଡ଼ ସାମ୍ରାଜ୍ୟର ଅଧିକାରୀ କିପରି ହେଲା ତାର ମୂଳ କଣ ସେ ବିଷୟରେ ଖୋଳତାଡ଼ ଚାଲିଛି । କ୍ରାଇମବ୍ରାଞ୍ଚକୁ ଗୋଟିଏ ପରେ ଗୋଟିଏ ନୂଆନୂଆ ତଥ୍ୟ ମିଳିବାରେ ଲାଗିଛି । ତାକୁ ଆଧାର କରି ତଦନ୍ତ କରୁଛି କ୍ରାଇବ୍ରାଚ୍ । ତଦନ୍ତ ସମୟରେ ଏବେ ଜଣାପଡ଼ିଛି ବିମୁଦ୍ରାକରଣ ସମୟରେ ବିପୁଳ ପରିମାଣର ଅର୍ଥ ସେ ଅଦଳବଦଳ କରିଛି ଏବଂ ପ୍ରାୟ ୨୦ କୋଟି ଟଙ୍କାର ସୁନା କିଣିଛି । ବିଭିନ୍ନ ସୁନା ଦୋକାନୀଙ୍କଠାରୁ ଏତେ ପରିମାଣର ସୁନା କିଣିଥିବାରୁ ସେମାନଙ୍କୁ ଡାକି ଜେରା କରିବାର ମଧ୍ୟ ତାଲିକା ବନାଉଛି କ୍ରାଇବ୍ରାଚ୍ । ଟିଟୋର ପତ୍ନୀକୁ ବେନଜୀରଙ୍କୁ କ୍ରାଇବ୍ରାଚ୍ ଟିମ୍ ଶୁକ୍ରବାର ୨ ଘଣ୍ଟା ଧରି ଜେରା କରିଥିଲା । ସେ ବହୁ ପ୍ରଶ୍ନକୁ ଏଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ତଥାପି କ୍ରାଇବ୍ରାଚ୍ ଟିମ୍ ଜେରାରୁ କିଛି ସଫଳ ହୋଇଥିବା ଜଣାପଡ଼ିଛି । ତାଙ୍କ ପତ୍ନୀଙ୍କ ପରେ ୩ ଭଉଣୀ ଓ ୭ ଭାଇଙ୍କୁ ମଧ୍ୟ ଜେରା କରାଯିବ ବୋଲି ଜଣାପଡ଼ିଛି । ୩ ଭଉଣୀଙ୍କ ଭିତରେ ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଟିଟୋର ଦୁଇ ଭାଇ ମାର୍ବଲ ଓ ଟାଇଲ ବ୍ୟବସାୟ କରୁଛନ୍ତି । ଏଥିସହ ଗାର୍ମେଟ୍ ବ୍ୟବସାୟ ମଧ୍ୟ କରୁଛନ୍ତି । ଗାର୍ମେଟ ଦୋକାନ କରିଥିବା ଜି ବାବୁଙ୍କ ବିରୋଧରେ ଏକାଧିକ ମାମଲା ରହିଛି । ଟିଟୁ ଓରଫ ସୟଦ ଟୁର୍କନ୍ ଅଲ୍ଲି ବିଲାରପୁର ସ୍ଥିତ ସର୍ଭିସ୍ ଷ୍ଟେଶନ୍ର ବ୍ୟବସାୟ ବୁଝୁଥିଲା । ପାରାଦୀପ-ହରିଦାଶପୁର ରେଳଲାଇନ କାମ ସୟଦ ଗିରିସାନ ଅଲ୍ଲି ବୁଝୁଥିଲେ । ସୟଦ ଅପସର ଅଲ୍ଲି ଆଳୁ ବ୍ୟବସାୟ, ସୟଦ ଇଫତର ଅଲ୍ଲି କେବଳ ବେକାର ଅଛନ୍ତି । ଇବ୍ରାନ୍ ଅଲ୍ଳି ବ୍ୟବସାୟରେ ଅଛନ୍ତି ।
ଟିଟୋର ସହଯୋଗୀ ସାର୍ପ ସୁଟର ସେକ୍ ସୟଦ ଓ ବାବୁଲା ପତିଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ବିରୋଧରେ ହତ୍ୟା ଓ ଦାଦା ବଟି ଆଦାୟ ଭଳି ୨୫ରୁ ଅଧିକ ମାମାଲା ରହିଛି । ଟିଟୋ ସହ ସମ୍ପର୍କ ଥିବା ନେଇ ପାରାଦୀପର ଜଣେ ଶ୍ରମିକ ନେତା ରାକେଶ ପଟ୍ଟନାୟକ ଏସ୍ଟିଏଫ୍ର ନୋଟିସ୍ ପାଇ ରବିବାର ହାଜର ହୋଇଛନ୍ତି । କ୍ରାଇବ୍ରାଚ୍ ଟିମ୍ ତାଙ୍କୁ ଜେରା କରୁଛନ୍ତି ।

ONA

Leave a Reply

Top