38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶ୨.୨ କୋଟି ଦେବାକୁ ରାଣା କପୁରଙ୍କୁ ନିର୍ଦ୍ଦେଶ

୨.୨ କୋଟି ଦେବାକୁ ରାଣା କପୁରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବେଆଇନ ଭାବେ କମ୍ପାନୀର ବଣ୍ଡ୍ ବିକ୍ରି କରିଥିବା ଅଭିଯୋଗରେ ସେବି (ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ) ପକ୍ଷରୁ ଘରୋଇ ୟେସ୍ ବ୍ୟାଙ୍କ୍‌ର ପୂର୍ବତନ ଏମ୍‌ଡି ତଥା ସିଇଓ ରାଣା କପୁରଙ୍କୁ ୨.୨ କୋଟି ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ମଧ୍ୟରେ ଏହି ଟଙ୍କା ପୈଠ ନକଲେ, ତାଙ୍କୁ ଗିରଫ କରାଯିବା ସହ ସମ୍ପତ୍ତି ବ୍ୟାଜାପ୍ତ କରାଯିବ ବୋଲି ମଧ୍ୟ ସେବି ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନାଯୋଗ୍ୟ ଏକ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ରାଣା କପୁର ୨୦୨୦ ମାର୍ଚ୍ଚରୁ ଜେଲ୍‌ରେ ରହିଛନ୍ତି । ୨୦୧୬ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ୍‌ର ଏଟି-୧ ବଣ୍ଡ୍‌କୁ ବେଆଇନଭାବେ ବିକ୍ରି କରି ରାଣା କପୁର କୋଟି କୋଟି ଟଙ୍କା ହାତେଇଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking