You are here
Home > ଲାଟେଷ୍ଟ > ୨୦୧୭ରେ ୧୩୪ ଦିନ ସ୍କୁଲ ଛୁଟି

୨୦୧୭ରେ ୧୩୪ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର: ୨୦୧୭ରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ରବିବାରକୁ ମିଶାଇ ମୋଟ ୧୩୪ଦିନ ଛୁଟି ପାଇବେ । ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ, ବିଭିନ୍ନ ପର୍ବପର୍ବାଣି, ମହାପୁରୁଷଙ୍କ ଜୟନ୍ତୀ ପାଳନ ପାଇଁ ମୋଟ ୮୨ଟି ଛୁଟିଦିବସ ଥିବାବେଳେ ୫୨ଟି ରବିବାର ରହିଛି । ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ସରସ୍ୱତୀ ପୂଜା, ଉକ୍ରଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା, ଗୁରୁଦିବସ ଓ ଶିଶୁଦିବସ ଆଦି ୮ଟି ଛୁଟିଦିନ ଥିବାବେଳେ ସେସବୁ ଛୁଟିଦିବସ ବିଦ୍ୟାଳୟରେ ପାଳନ କରାଯିବ । ତେବେ ୫ଟି ସରକାରୀ ଛୁଟି ରବିବାର ପଡ଼ୁଥିବାରୁ ଏସବୁ ଛୁଟିଦିବସ ହାତଛଡ଼ା ହୋଇଯିବ ।ଏହା ବାଦ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନୁମତି କ୍ରମେ ଆବଶ୍ୟକତା ଅନୁସାରେ ବିଦ୍ୟାଳୟରେ ସ୍ଥାନୀୟ ଭିତ୍ତିରେ ଛୁଟି(ଲୋକାଲ ହଲିଡ଼େ) ଘୋଷଣା କରାଯାଇପାରିବ ।ଏଥିସହିତ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରକାଶିତ ଇଚ୍ଛାଧୀନ ଛୁଟି ତାଲିକା ଢ଼ାଞ୍ଚାରେ ପ୍ରତି ବିଦ୍ୟାଳୟରେ ବାର୍ଷିକ ଦିବସ ପାଇଁ ଇଚ୍ଛାଧୀନ ଛୁଟି ନେଇହେବ । ସେହିପରି ଆବଶ୍ୟକତା ଅନୁସାରେ ଶିକ୍ଷକମାନେ ଯେଉଁ ଦିନଗୁଡ଼ିକରେ ସ୍ଥାନୀୟ ଛୁଟି ନେବାକୁ ସ୍ଥିର କରିବେ ସେ ସମ୍ପର୍କରେ ତାଲିକା ପ୍ରସ୍ତୁତ କରିବାକୁ ହେବ । ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୨୦୧୭ ଜାନୁଆରୀ ୨୦ ସୁଦ୍ଧା ଉଭୟ ଛୁଟି ତାଲିକା ଦାଖଲ କରିବାକୁ ପଡ଼ିବ । ଯଦି ଆରଡ଼ିସିଙ୍କ ଦ୍ୱାରା ଘୋଷିତ କୌଣସି ସ୍ଥାନୀୟ ଛୁଟି ପୂର୍ବରୁ ତାଲିକାଭୁକ୍ତ ଛୁଟିରୁ ଗୋଟିଏ ହୋଇଥିବ ତେବେ ସେ କ୍ଷେତ୍ରରେ ବଳକା ଛୁଟି ସ୍ଥାନୀୟ ଆବଶ୍ୟକତା ହିସାବରେ ନିଆଯାଇପାରିବ । ତେବେ କୌଣସି ପରିସ୍ଥିତିରେ ସ୍ଥାନୀୟ ଛୁଟିର ସଂଖ୍ୟା ଦୁଇରୁ ଅଧିକ ହୋଇପାରିବ ନାହିଁ । ସ୍ଥାନୀୟ ଛୁଟିଦିବସ ବା ଭିଜିଟର୍ସ ହଲିଡ଼େ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଦୌ ନେଇ ନଥିଲେ ଏସବୁ ଛୁଟି ବିଇଓଙ୍କ ଅନୁମୋଦନ କ୍ରମେ ଏକ୍ସମାନ ହଲିଡ଼େ ବା ବଡ଼ଦିନ ଛୁଟିରେ ଯୋଡ଼ାଯାଇପାରିବ । ତେବେ ୦୧୭ ଜାନୁଆରୀ ପହିଲା, ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସ, ୧୨ ମାର୍ଚ୍ଚ ଦୋଳ ପୂର୍ଣ୍ଣିମା, ୨୫ ଜୁନ ରଥଯାତ୍ରା, ୧ଅକ୍ଟୋବର ମୋହରମ ଉତ୍ସବ ରବିବାର ପଡ଼ୁଥିବାରୁ ଏସବୁ ଉତ୍ସବ ଦିବସକୁ ଛୁଟିତାଲିକା ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଉପରୋକ୍ତ ଛୁଟି ଦିବସ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କଡ଼ାକଡ଼ି ଲାଗୁ କରାଯିବ ବୋଲି ନିର୍ଦେଶାବଳିରେ କୁହାଯାଇଛି ।

ONA

Leave a Reply

Top