You are here
Home > ଇଣ୍ଡିଆ > ଟ୍ରେନ ମାଡ଼ିଗଲା ସ୍କୁଲ ଭ୍ୟାନକୁ: ୧୩ ସ୍କୁଲ ଛାତ୍ରଛାତ୍ରୀ ମୃତ

ଟ୍ରେନ ମାଡ଼ିଗଲା ସ୍କୁଲ ଭ୍ୟାନକୁ: ୧୩ ସ୍କୁଲ ଛାତ୍ରଛାତ୍ରୀ ମୃତ

କୁଶୀନଗର: ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲା ସଦର ମହକୁମାରେ । ଏକ ଚଳନ୍ତା ଟ୍ରେନକୁ ସ୍କୁଲ ଭ୍ୟାନ ଧକ୍କା ଦେବାରୁ ଏଥିରେ ୧୩ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା ସହିତ ୭ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । କିଛି ପିଲାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ଡ଼ାକ୍ତରଖାନାକୁ ନିଆଯିବା ବେଳେ ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି ।

କୁଶୀନଗର ରେଲୱେ ଲେଭଲ୍ କ୍ରସିଂରେ ୨୨ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭ୍ୟାନ ପାରିହେଉଥିଲା । ତେବେ ଏହି ଦୁର୍ଘଟଣାର ପ୍ରତ୍ୟେକଦର୍ଶୀଙ୍କ କହିବାନୁଯାୟୀ, ଟ୍ରେନ ଲେଭଲ କ୍ରସିଂ ପାର ହେଉଥିବା ବେଳେ ଡ୍ରାଇଭର ଗାଡ଼ି ନ ରୋକି ପାର କରାଇବାରୁ ଟ୍ରେନ ସହିତ ପ୍ରଚଣ୍ଡ ଧକ୍କା ହୋଇଥିଲା । ଫଳରେ ୧୦ ବର୍ଷ ବୟସରୁ କମ୍ ବୟସରର କୁନିକୁନି କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରାଣହାନୀ ଘଟିଲା । ସ୍କୁଲଭ୍ୟାନ ଡ୍ରାଇଭର ଗାଡ଼ି ଚଳାଉଥିବା ସମୟରେ କାନରେ ଇୟରଫୋନ ଲଗାଇ କିଛି ଶୁଣିବାରେ ବ୍ୟସ୍ତ ଥିଲା ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳକୁ ପରିଦର୍ଶନ କରିବା ସହ ୧୩ଜଣ ମୃତକଙ୍କ ପରିବାରବର୍ଗଙ୍କୁ ୨ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ମଧ୍ୟ ୨ଲକ୍ଷ ଟଙ୍କା ଲେଖାଏଁ ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ତେବେ ମୃତ୍ୟୁସଂଖ୍ୟା ବୃଦ୍ଧିପାଇବାର ଆଶଙ୍କା ରହିଛି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ONA

Leave a Reply

Top