26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶରାସ୍ତାରେ ଯିବା ସମୟରେ କାହାକୁ ଲିଫ୍ଟ ଦେଉଥିଲେ ସାବଧାନ! ଜରିମାନା ସହ ହୋଇପାରେ ଜେଲ

ରାସ୍ତାରେ ଯିବା ସମୟରେ କାହାକୁ ଲିଫ୍ଟ ଦେଉଥିଲେ ସାବଧାନ! ଜରିମାନା ସହ ହୋଇପାରେ ଜେଲ

ନୂଆଦିଲ୍ଲୀ: ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ଅନେକ ନିୟମ ଲାଗୁ ହୋଇଛି । ଏହାରି ମଧ୍ୟରେ ଆସିଛି ଏକ ନୂଆ ନିୟମ, ଯେଉଁଥିରେ ଆପଣ ରାସ୍ତାରେ ଯିବା ସମୟରେ କାହାକୁ ବି ଲିଫ୍ଟ ଦେଲେ ଭୋଗିପାରନ୍ତି ଜେଲଦଣ୍ଡ । ମୋଟର ଭେହିକିଲ ଆକ୍ଟରେ ଏନେଇ କୁହାଯାଇଛି  । ମୋଟର ଭେହିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ ଆପଣ ଯଦି ନିଜ ଗାଡ଼ିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ବେଆଇନ ।
ନୈତିକତା ଆଧାର କୁ ଦୃଷ୍ଟି ଦେଲେ ଆମେ ନିଜ ସେଫ୍ଟି ପାଇଁ ଲାଗୁ ହୋଇଥିବା ସବୁ ନିୟମକୁ ପାଳନ କରିବା ଉଚିତ । ରାସ୍ତାରେ ଯିବା ସମୟରେ ଆପଣ ଅନେକ ଥର ଅଜଣା ଲୋକଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ । ଏମିିତି ସମୟରେ ମାନବିକତା ଦୃଷ୍ଟିରୁ ଲୋକମାନେ ସାହାଯ୍ୟ କରିବାକୁ ଯାଇ ସେହି ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବସାଇଥାନ୍ତି । କିନ୍ତୁ ଏହା କରିବା ଠିକ ନୁହେଁ । ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ । ତେବେ ନିଜର ଏହି ଅଭ୍ୟାସକୁ ବଦଳାନ୍ତୁ । ଏମିତିରେ ଆପଣ ବଡ଼ ଅସୁବିଧାରେ ପଡ଼ିପାରନ୍ତି । ଆପଣଙ୍କୁ ଜରିମାନା ମଧ୍ୟ ଗଣିବାକୁ ପଡିପାରେ ।
ମୋଟର ହ୍ୱିକିଲ ଆକ୍ଟ ୬୬/୧୯୨ଅନ୍ତର୍ଗତ ଆପଣ ନିଜ ଗାଡ଼ିରେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ସମ୍ପୂର୍ଣ୍ଣ ରୂପେ ବେଆଇନ । ଏହାକୁ ନେଇ ମୁମ୍ବାଇରେ ଏକ ମାମଲା ସାମ୍ନାକୁ ଆସିଛି । ଏମିତିରେ ଉକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର ଚାଲାଣ କଟିଥିଲା । ପରିସ୍ଥିତି କିଛି ଏଭଳି ଥିଲା ଯେ ବ୍ୟକ୍ତି ଜଣକ ନିଜ ଗାଡ଼ିରେ ଯିବା ସମୟରେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ । ପରେ ତାଙ୍କର ଚେକିଂ ହେଲା ଆଉ ସେ ଧରା ପଡ଼ିଲେ । ଏହାପରେ ତାଙ୍କ ଉପରେ ୬୬/୧୯୨ଧାରା ଲାଗୁ ହେଲା ୨ହଜାର ଟଙ୍କା ଦେବାକୁ ପଡ଼ିଲା ।
ମୋଟର ହ୍ୱିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ କେବଳ କମର୍ସିଆଲ ଗାଡ଼ିକୁ ହିଁ ଏହି ଅନୁମତି ମିଳିଛି । ତାଙ୍କ ପାଖରେ ଏହି ପରିମିଟ ଅଛି । ସେମାନେ ଅନ୍ୟ ଲୋକଙ୍କୁ କମର୍ସିଆଲ ପର୍ପୋଜରେ ଲିଫ୍ଟ ଦେଇପାରିବେ । ପ୍ରାଇଭେଟ ଗାଡ଼ି ବାଲାଙ୍କୁ ଏହି ଅନୁମତି ମିଳିନି । ସହଜ ଭାଷାରେ କହିଲେ ଆପଣ ଏହାକୁ କମର୍ସିଆଲ ରୂପେ ବ୍ୟବହାର କରିପାରିବେ ନାହିଁ । ଏମିତିରେ ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking