You are here
Home > ଲାଟେଷ୍ଟ > ସ୍ୱାଇନ୍‌ ଫ୍ଲୁ : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ସ୍ୱାଇନ୍‌ ଫ୍ଲୁ : ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାୟା ମେଲାଉଛି ସ୍ୱାଇନ୍‌ ଫ୍ଲୁ। ଆଜି ପୁଣି ଫ୍ଲୁ ରୋଗରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି । ଇତିମଧ୍ୟରେ ଏ ପର୍ୟ୍ୟନ୍ତ ସ୍ୱାଇନ ଫ୍ଲୁରେ ୪ ଜଣଙ୍କ ମୃତ୍ୟ ହେଲାଣି । ଚଳିତ ଗତ ଜାନୁୟାରୀ ମାସ ପହିଲାରୁ ସ୍ୱାଇନ୍ ଫ୍ଲୁରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି । ପରୀକ୍ଷା କରାଯାଇଥିବା ୨୭ ଟି ନମୂନା ମଧ୍ୟରୁ ୧୨ ଜଣ ଆକ୍ରାନ୍ତ ଥିବା ଜଣାପଡିଛି । ତନ୍ମଧ୍ୟରୁ ୭ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି । ମୋଟ ପରୀକ୍ଷା ହୋଇଥିବା ୨୫୭ ନମୂନାରୁ ୭୧ଟି ପଜେଟିଭ ମିଳିଛି । ଏହା ଏକ ଋତୁକାଳୀନ ସର୍ଦ୍ଦି ଓ ଦେହପୀଡା କରୁଥିବା ରୋଗ । ଏହାକୁ ମୁକାବିଲା କରିବା ନିମନ୍ତେ ସ୍ୱାସ୍ଥ୍ୟବିଭାଗ ତରଫରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡିକୁ ଆବଶ୍ୟକୀୟ ଗାଇଡଲାଇନ୍ ଓ ନିର୍ଦ୍ଦେଶନାମା ପଠାଯାଇଛି । ସମନ୍ୱିତ ରୋଗ ସର୍ବେକ୍ଷଣ ସେଲ୍ ତରଫରୁ ସର୍ବେକ୍ଷଣ ବ୍ୟବସ୍ଥାକୁ ସୁଦୃଢ କରାଯାଇ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଫଳରେ ମୃତ୍ୟୁ ସଂଖ୍ୟା ୪ ରେ ପହଂଚିଛି  ।  ମେଡିକାଲ କଲେଜ ଓ ହସପିଟାଲ ସମେତ କ୍ୟାପିଟାଲ ହସପିଟାଲ ଏବଂ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମାନଙ୍କରେ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସବୁ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ଯଥେଷ୍ଟ ପରିମାଣର ଆବଶ୍ୟକୀୟ ଔଷଧ ଆଦି ମହଜୁଦ ରଖାଯାଇଛି । ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟବସ୍ଥା ହୋଇଛି । ନିୟମିତ ଭାବେ ସ୍ୱାଇନ୍ ଫ୍ଲୁ ସ୍ଥିତି ସଂପର୍କରେ ସମୀକ୍ଷା କରାଯାଉଛି ।  ଜନସାଧାରଣ ସତର୍କ ରହିଲେ ଏଥିରୁ ଆକ୍ରାନ୍ର ହେବାରୁ ରକ୍ଷା ପାଇପାରିବେ । ଏ ନେଇ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ କଣ କରିବା ଏବଂ କଣ ନକରିବା ନେଇ ବିଭିନ୍ନ ଗଣମାଧ୍ୟମରେ ଜନସାଧାରଙ୍କ ଅବଗତି ପାଇଁ ସୂଚନା ପ୍ରଦାନ ବ୍ୟବସ୍ଥା କରାଯାଇଛି ।  ଚଳିତ ବର୍ଷ ଏ ପର୍ୟ୍ୟନ୍ତ ଦେଶରେ ପ୍ରାୟ ୧୫୧୨୧  ଜଣ ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ ୭୩୪ ଜଣଙ୍କର ମୃତ୍ୟୁ ହୋଇଛି । ଓଡିଶାରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ତାଙ୍କ ନିକଟତମ ଲୋକଙ୍କୁ ମଧ୍ୟ ମାଗଣାରେ ଔଷଧ ଖାଇବାକୁ ଦିଆଯିବାର ବ୍ୟବସ୍ଥା କରାଯାଇଛି । ତେବ ଏ ନେଇ ଆତଙ୍କିତ ହେବାର କୌଣସି କାରଣ ନୀହିଁ । ଯଦି କୋଣସି ଲୋକ ଠାରେ ସ୍ୱାଇନ୍ ଫ୍ଲୁର ଲକ୍ଷଣ ପ୍ରକାଶ ପାଏ, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି ।
ONA

Leave a Reply

Top