You are here
Home > ଟୁରିଜିମ୍ > ୮ ତାରିଖ ପର୍ୟ୍ୟନ୍ତ ଦର୍ଶକଙ୍କ ପାଇଁ ଭିତରକନିକା ବନ୍ଦ

୮ ତାରିଖ ପର୍ୟ୍ୟନ୍ତ ଦର୍ଶକଙ୍କ ପାଇଁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ: ବଉଳା କୁମ୍ଭୀର ଗଣନା ପାଇଁ (ଆସନ୍ତାକାଲି ଠାରୁ) ୨ରୁ୮ ତାରିଖ ପର୍ୟ୍ୟନ୍ତ ଦର୍ଶକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ରାଜନଗର ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ୟ୍ୟ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି,“ବୋଟ୍ ଯୋଗୁଁ ସାଧାରଣତଃ କୁମ୍ଭୀରମାନେ ଉପରକୁ ଉଠନ୍ତି ନାହିଁ। ଦୁଇ ଓ ତିନି ତାରିଖରେ ବୋଟ୍ ଚଳାଚଳ ବନ୍ଦ ରହିବ। ଅନ୍ୟ ଦିନ ଗୁଡ଼ିକରେ ପ୍ରକୃତ ଗଣନା କାର୍ୟ୍ୟ କରାଯିବ।”ମହାକାଳପଡ଼ା, କନିକା, ଗହୀରମଥା ଓ ରାଜନଗର ରେଞ୍ଜରେ ପାଟଶାଳା ଓ ଭିତରକନିକା ନଦୀନାଳରେ କୁମ୍ଭୀର ଗଣନା କାର୍ୟ୍ୟ କରାଯିବ।

ONA

Leave a Reply

Top