You are here
Home > ଲାଟେଷ୍ଟ > ୬ ଯାଏ ଲଗାଣ ବର୍ଷା: ୧୮ ଜିଲ୍ଲାରେ ବଜ୍ରପାତ ଶତର୍କ ସୂଚନା

୬ ଯାଏ ଲଗାଣ ବର୍ଷା: ୧୮ ଜିଲ୍ଲାରେ ବଜ୍ରପାତ ଶତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ପୁଣି ସକ୍ରିୟ ହୋଇଛି । ଏହାର ପ୍ରଭାବରେ ମଙ୍ଗଳବାର ଠାରୁ ୬ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଇଏମଡିର  ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ଅଗଷ୍ଟ ମାସରେ ୯୬ % ବୃଷ୍ଟିପାତ ହେବ  । ଅଗଷ୍ଟ ପହିଲାରୁ ୩ ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ଓ ୪ରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱ ଆଞ୍ଚଳିକ ପାଣିପାଗ ବିଶେଷତଜ୍ଞ ଶରତ କୁମାର ସାହୁ ସୂଚନା ଦେଇଛନ୍ତି । ଅଗଷ୍ଟରେ ରାଜ୍ୟରେ ସ୍ୱାଭାବିକ ବୃଷ୍ଟିପାତର  ପରିମାଣ ହେଉଛି ୩୬୨.୧ ମିଲିମିଟର । ଅପରପକ୍ଷେ ଜୁଲାଇ ମାସରେ  ସ୍ୱାଭାବିକ ବୃଷ୍ଟିପାତ ୯୬%ରୁ ୧୦୪% ହେବ ବୋଲି ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି । ଜୁଲାଇ ୧ରୁ ୩୧ ତାରିଖ ମଧ୍ୟରେ ୧୦୨ % ବୃଷ୍ଟିପାତ ହୋଇଥାବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଦିନବେଳା ତାତି  ସ୍ୱାଭାବିକ ତାତି ଠାରୁ ଅଧିକ ହେଉଛି । ଏହାର ପ୍ରଭାବରେ ଅପରାହ୍ନ ହେଲା ବେଳକୁ କଳାହାଣ୍ଡିଆ ମେଘ ଘୋଟି ଆସୁଛି । ବର୍ଷା ସହ ବିଜୁଳି  ଓ ବଜ୍ରପାତର ସମ୍ଭାବନା ଅଧିକ ରହୁଛି । ଆକାଶରେ ମେଘ ବଜ୍ରପାତ କରାଉଥିବାରୁ ସେ ସମୟରେ ସତର୍କ ରହିବା ଉଚିତ । ଏବେ ତାପମାତ୍ରା  ବଢ଼ୁଥିବାରୁ ବଜ୍ରପାତ ଅଧିକ ହେବାର ସମ୍ଭାବନା ରହିଛି । ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୮ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି ।
  ଗତ ଦୁଇ/ଚାରି ଦିନ ମଧ୍ୟରେ ରାଜ୍ୟରେ ବଜ୍ରପାତ ଘଟି ପ୍ରାୟ ୪ଜଣଙ୍କ ଜୀବନ ଗଲାଣି । ଏହା ଏକ ପ୍ରାକୃତିକ ବିପର୍ଯ୍ୟୟ  ।  ତେକେ  ଏଥିରୁ କେମିତି ରକ୍ଷା ପାଇବେ, ବଜ୍ରପାତ ସମୟରେ କେଉଁ  ଉପାୟ ଅବଲମ୍ବନ କରିବେ ଆସନ୍ତୁ ସେ ବିଷୟରେ ଜାଣିବା  ।
ବଜ୍ରପାତରୁ ଘରକୁ ରକ୍ଷା କରିବା ପାଇଁ ବଜ୍ରପାତ ପ୍ରତିରୋଧକ କଣ୍ଡକ୍ଟର ଲଗାଇବା ଉଚିତ ।
ଘଡଘଟି ମାରିଲେ ତୁରନ୍ତ ଖୋଲାସ୍ତାନ ଛାଡି ପକ୍କା ଘର ଭିତରଣକୁ  ଚାଲିଯାନ୍ତୁ  । କାର, ବସ ତଥା ଛାତ ଘରେ ଥିଲେ ବର୍ଷା କିମ୍ବା ବଜ୍ରପାତ ନକମିବା ପର୍ଯ୍ୟନ୍ତ ବାହାରକୁ ବାହାରନ୍ତୁ ନାହିଁ ।
ଘର ଭିତରେ ଝରକା , କାନ୍ଥ ଓ କବାଟ ଠାରୁ ଦୂରେଇ ରୁହନ୍ତୁ  । ବିଦୁ୍ୟତଚାଳିତ ବସ୍ତୁ ଯଥା, ଲ୍ୟାଣ୍ଡଫୋନ୍, ଟିଭି ରିମୋର୍ଟ, ମୋବାଇଲ ଫୋନ୍ ଆଦି ବ୍ୟବହାର କରନ୍ତୁ ନାହିଁ ।
ଉର୍ଚ୍ଚା ସ୍ଥାନ, ଗଛ, ବୁଦାବୁଦିଆ  ଜାଗାରେ ରହୁନ୍ତୁ ନାହିଁ ।
କୌଣସି ଜଳାଶୟ ପାଖରେ ରାହୁନ୍ତୁ ନାହିଁ ।
ଗୃହପାଳିକପଶୁଙ୍କୁ ଖୋଲାରେ ଛାଡିବା କିମ୍ବା ଲୁହା ଜିନିଷରେ ବାନ୍ଧନ୍ତୁ ନାହିଁ ।
କୌଣସି ଧାତୁ ତିଆରି ଜିନିଷ ବ୍ୟବହାର କରନ୍ତୁ ନାହିଁ ।
ଥରେ ବର୍ଜପାତ ହେଲେ ଏହାର ତାପମାତ୍ରା ୩୦ ହଜାର ସେଲସିୟସ୍ ଡିଗ୍ରୀ ଥାଏ  । ଯାହା ଭୂପୃଷ୍ଟରେ ଅନୁଭୂତ ହେଉଥିବା ସୂର୍ଯ୍ୟଙ୍କ ତାପମାତ୍ରାର  ଢ଼େର ଗୁଣାର ଅଧିକ  । ବାୟୁମଣ୍ଡଳରେ ବଜ୍ରପାତ ସମୟରେ ବିଜୁଳିର ବେଗ ଖୁବ ଅଧିକ  । ବୟୁମଣ୍ଡଳରେ ଘଡଘଡିର ବେଗ ୨୭,୦୦୦ ଏମପିଏଚ୍ ରହିଥାଏ  । ଅର୍ଥାତ୍ ପ୍ରତିସେକେଣ୍ଡ ପିଛା ୭୫ ମାଇଲ ପର୍ଯ୍ୟନ୍ତ ଏହାର ବେଗ ଥାଏ  ।

ONA

Leave a Reply

Top