You are here
Home > ଲାଟେଷ୍ଟ > ୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ସିଏମ

୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ସିଏମ

ଭୁବନେଶ୍ବର : ୬ ଦିନିଆ ନୂଆଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରବିବାର ଅପରାହ୍ଣରେ ଭୁବନେଶ୍ବରରେ ପହଁଛିଛନ୍ତି। ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି କହିଛନ୍ତି, “ଅହିଁସା ଆମର ମୂଳମନ୍ତ୍ର। ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦ ରହିବା ଦରକାର । ସମ୍ବିଧାନରେ ଏହି ଶବ୍ଦ ରହିବା ନେଇ ମୁଁ ଆଶାବାଦୀ ବୋଲି ସେ କହିଛନ୍ତି।”
ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ନେଇ ମଧ୍ୟ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ଉଭୟ କଂଗ୍ରେସ ଓ ବିଜେପି ଆଗୁଆ ପ୍ରାର୍ଥୀ ଦେବାକୁ ଚିନ୍ତା କରୁଛନ୍ତି। ଏହାକୁ ଗୁରୁତର ନେବା ସହ ଶାସକ ଦଳ ମଧ୍ୟ ଏଥିପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧ ତାରିଖରେ ରାଷ୍ଟ୍ରପତି ଭବନରେ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପ୍ରସ୍ତୁତି ବୈଠକ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ।

ONA

Leave a Reply

Top