You are here
Home > ଲାଟେଷ୍ଟ > ୬ଷ୍ଠ ଶ୍ରେଣୀର ଛାତ୍ରୀକୁ ସମ୍ପର୍କୀୟ ଭିଣୋଇର ଦୁଷ୍କର୍ମ

୬ଷ୍ଠ ଶ୍ରେଣୀର ଛାତ୍ରୀକୁ ସମ୍ପର୍କୀୟ ଭିଣୋଇର ଦୁଷ୍କର୍ମ

ଭବାନୀପାଟଣା: ବର୍ତ୍ତମାନ ସମାଜ ସମ୍ପୂର୍ଣ୍ଣ ରୂପେ କଳୁଷିତ ହୋଇ ପଡ଼ିଥିବାର ଲାଗୁଛି । ଏବେ ସାରା ଦେଶରେ ନାବାଳିକା ଦୁଷ୍କର୍ମକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରାୟ ପ୍ରତ୍ୟେକ ଦିନ କୋମଳମତି ନାବାଳିକାଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢି ବଢି ଚାଲିଛି । ଭବାନିପାଟଣାରେ ଜଣେ ୬ଷ୍ଠ ଶ୍ରେଣୀର ବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିଛି ତା’ର କାମାନ୍ଧ ଭିଣୋଇ । ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି ।

ଭବାନୀପାଟଣା ଅନ୍ତର୍ଗତ ଥୂଆମୁଳ ରାମପୁର ଗ୍ରାମରେ ଏହିପରି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି । ଏଠାରେ ସୂଚନା ଯୋଗ୍ୟଯେ, ପୀଡ଼ିତା ଗାଁରେ ଏକ ଏକୋଇଶିଆ ଭୋଜି ଖାଇବାକୁ ତା’ର ଜଣେ ସମ୍ପର୍କୀୟ ଭିଣୋଇ ସହିତ ଯାଇଥିଲା । ତେବେ ତାକୁ ଭିଣୋଇ ଜଣକ ତା ନିଜ ଘରକୁ ଅପହରଣ କରିନେଇଥିଲା । ସେଠାରେ ୨ଦିନ ଧରି ଦୁଷ୍କର୍ମ କରିବା ପରେ କୌଣସିମନେ ପୀଡ଼ିତା ଖସି ପଳାଇ ଆସିଥିଲା । ଏବେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଅଟକ ରଖି ପଚରାଉଚରା କରୁଛି ।

ONA

Leave a Reply

Top