You are here
Home > ଲାଟେଷ୍ଟ > ୬ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

୬ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର

ଭୁବନେଶ୍ୱର: ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ୨୦୧୬ ବର୍ଷ ପାଇଁ କ୍ରୀଡାକ୍ଷେତ୍ରରେ ଜୀବନବ୍ୟାପୀ ଯୋଗଦାନ ନିମନ୍ତେ ପଞ୍ଚାନନ ଗନ୍ତାୟତ, କ୍ରୀଡାକ୍ଷେତ୍ରରେ ପ୍ରୋତ୍ସାହନ ଓ ଶ୍ରେଷ୍ଠ ଅବଦାନ ପାଇଁ ହରିପ୍ରସାଦ ପଟ୍ଟନାୟକ, କ୍ରୀଡା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଦୂତି ଚାନ୍ଦ, ଶ୍ରେଷ୍ଠ କ୍ରୀଡା ପ୍ରଶିକ୍ଷକ ଭାବେ ସଂହିତା ଦାସ ଓ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ପାଇଁ ରଜନୀକାନ୍ତ ଶତ୍ରୁସଲ୍ୟ ଓ ଅଶୋକ ପଣ୍ଡାଙ୍କୁ ଯୁଗ୍ମ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି ।
  ସେହିପରି ୨୦୧୬ ବର୍ଷ ପାଇଁ ହରିଚନ୍ଦ୍ର ହିଆଲ ଓ ମହୋନ ଗରଡାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ସମାଜସେବା ପାଇଁ ମୀରା ପରିଡା, ଝସକେତନ ରାଣା, ମନୋଜ କୁମାର ଦାନୀ, ଦିନେଶ କୁମାର ମଲ୍ଲି, ଚିନ୍ମୟ କୁମାର ବେବର୍ତ୍ତା ଓ ଗ୍ରେସୀ ମୋଲ ବାଗଙ୍କୁ ରାଜ୍ୟ ସୁରସ୍କାର ପ୍ରଦାନ କରାଯାଇଛି । ଉତ୍ସବରେ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଉପସ୍ଥିତ ଥିଲେ ।

ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ସିଟି

ବିଶ୍ୱସ୍ତରୀୟ ସୁବିଧା ସହ ଭୁବନେଶ୍ୱରରେ ହେବ ସ୍ପୋର୍ଟ୍ସ ସିଟି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ ବେଳେ ମୁଖ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। ୫ଟି ବଡ଼ ସହର ଯଥା କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ଜୟପୁରରେ ହେବ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କଂପ୍ଲେକ୍ସ। ସ୍ୱର୍ଣ୍ଣ ଯୋଜନାରେ ସ୍ପୋର୍ଟ୍ସ କଂପ୍ଲେକ୍ସ ପାଇଁ ଖର୍ଚ୍ଚ ହେବ ୯୬ କୋଟି ଟଙ୍କା। ଏଥିସହ ୧୫୦ ବ୍ଲକରେ ଥିବା ମିନି ଷ୍ଟାଡିୟମକୁ ଅତିରିକ୍ତ ୧୫ ଲକ୍ଷ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ONA

Leave a Reply

Top