You are here
Home > ଲାଟେଷ୍ଟ > ୫ ବର୍ଷ ପରେ ପୁଣି ବଦଳିଲା ମାଟ୍ରିକ ପରୀକ୍ଷା ନିୟମ

୫ ବର୍ଷ ପରେ ପୁଣି ବଦଳିଲା ମାଟ୍ରିକ ପରୀକ୍ଷା ନିୟମ

କଟକ: ସରକାର ୫ ବର୍ଷ ତଳେ ୨୦୧୩ରେ ଏକ ନିର୍ଦ୍ଦେଶାନାମା ଜାରୀ କରି ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବା କଥା କହିଥିଲେ । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟ ଆଶ୍ୱସ୍ତ ହୋଇଥିଲେ । ବର୍ଷ ବର୍ଷ ଧରି ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ବେଳେ ବାହାରେ ନେଇ ରଖାଇବା ପରୀକ୍ଷା ସମୟ ପର୍ଯ୍ୟନ୍ତ ଜଗି ରହିବା ଆଦି ଅତିରିକ୍ତ ଦାୟିତ୍ୱରୁ ରକ୍ଷା ମିଳିଥିଲା । ହେଲେ ୫ ବର୍ଷ ପରେ ସରକାର ଚଳିତ ବର୍ଷ ବାହାରକୁ ଯାଇ ପରୀକ୍ଷା ଦେବାର ପୁରୁଣା ବ୍ୟବସ୍ଥାକୁ ପୁଣି କାର୍ଯ୍ୟକାରୀ କରାଇବାକୁ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥର ଆଉ ମାଟ୍ରିକ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ ନାହିଁ । ନିଜ ସ୍କୁଲ ଠାରୁ ୫ରୁ ୧୦ କିମି ଦୂର ସ୍କୁଲକୁ ଯାଇ ପରୀକ୍ଷା ଦେବେ । ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃଆରୀ ୨୩ରୁ ଆରମ୍ଭ ହେବ । ଚଳିତ ବର୍ଷ ୫ଲକ୍ଷ ୯୦ ହଜାର ୩୩୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ଏଥିପାଇଁ ୨୮୨୮ କେନ୍ଦ୍ର ସ୍ଥାପନା କରାଯିବ । ୩୦୨ଟି ନୋଡ଼ାଲ ସେଣ୍ଟର ଖୋଲିବେ ସରକାର । ମାର୍ଚ୍ଚ ୮ ତାରିଖରେ ପରୀକ୍ଷା ସରିବ ବୋଲି ବୋର୍ଡ଼ ସଭାପତି ପ୍ରଫେସର ଡକ୍ଟର ଜାହାନ ଆରା ବେଗମ ସୂଚନା ଦେଇଛନ୍ତି ।
ONA

Leave a Reply

Top