You are here
Home > ଲାଟେଷ୍ଟ > ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

୪ ଓଡ଼ିଆଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି  ।  କଳା, ସେବା, ସାମାଜିକ ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୭ଜଣଙ୍କୁ ପଦ୍ମଶ୍ରୀ ଭୂଷଣ ଏବଂ ୭୫ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।  ତେବେ ପଦ୍ମଶ୍ରୀ ସମ୍ମାନ ତାଲିକାରେ ୪ଜଣ ଓଡ଼ିଆ ସାମିଲ ଅଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ଲୋକ ପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀ ଗୀତର ଗାୟକ ଜିତେନ୍ଦ୍ର ହରିପାଲ, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ଚଳଚିତ୍ର ନିର୍ଦେଶକ ସାଧୁ ମେହେର ଏବଂ ଚିକିତ୍ସା କ୍ଷେତ୍ରରେ ଓଡ଼ିଶାରୁ  ଜନ୍ମିତ ଡକ୍ଟର ମୁକୁଟ ମିଞ୍ଚ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି  । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପୁରସ୍କାର ପ୍ରଦାନ ସହ ମାନପତ୍ର ପ୍ରଦାନ କରିଛନ୍ତି  । ଏହି ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିବା ଜଣାପଡିଛି । ତେବେ ୮୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ଦିଆଯାଇଛି । ଏମାନଙ୍କ ମଧ୍ୟରେ  ୧୯ଜଣ ମହିଳା ରହିଥିବା ସୂଚନା ମିଳିଛି ।
ପଦ୍ମ ବିଭୁଷଣ ତାଲିକା
କେଜେ ୟେଶୁଦାଶ(କଳା ଓ ସଂଗୀତ କ୍ଷେତ୍ରରେ)-କେରଳ
ସଦଗୁରୁ ଜଗ୍ମି ବାସୁଦେବ(ଆଧ୍ୟାତ୍ମିକ କ୍ଷେତ୍ର)-ତାମିଲନାଡୁ
ଶରଦ ପାୱାର(ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ୍ୟ-ଲୋକସମ୍ପର୍କ କ୍ଷେତ୍ର)-ମହାରାଷ୍ଟ୍ର
ମୁରଲୀ ମନୋହର ଜୋଶୀ(ଲୋକସମ୍ପର୍କ କ୍ଷେତ୍ର)-ଉତ୍ତରପ୍ରଦେଶ
ପ୍ରଫେସର ଉଦିପି ରାମଚନ୍ଦ୍ର ରାଓ(ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ର)-କର୍ଣ୍ଣାଟକ
ସ୍ୱର୍ଗତ ସୁନ୍ଦର ଲାଲ ପାତୱା(ଲୋକସମ୍ପର୍କ କ୍ଷେତ୍ର)-ମଧ୍ୟ ପ୍ରଦେଶ
ସ୍ୱର୍ଗତ ପିଏ ସଙ୍ଗମା(ଲୋକସମ୍ପର୍କ କ୍ଷେତ୍ର)-ମେଘାଳୟ
ପଦ୍ମଭୁଷଣ
ବିଶ୍ୱମୋହନ ଭଟ୍ଟ-ରାଜସ୍ଥାନ
ଦେବୀ ପ୍ରସାଦ ଦିୱେଦି-ଉତ୍ତର ପ୍ରଦେଶ
ତେହେମଟନ ଉଡୱାଦିଆ-ମହାରାଷ୍ଟ୍ର
ରତ୍ନ ସୁନ୍ଦର ମହାରାଜ-ଗୁଜରାଟ
ଏଚ୍ଆର ଏଚ୍ ପ୍ରିନସେସ୍ ମହାଚକ୍ରୀ ସିରିନେ୍ଧ୍ରାନ୍-ଥାଇଲାଣ୍ଡ

ONA

Leave a Reply

Top