You are here
Home > ଲାଟେଷ୍ଟ > ୨୮ରୁ ମାଟ୍ରିକ ପରୀକ୍ଷା

୨୮ରୁ ମାଟ୍ରିକ ପରୀକ୍ଷା

୨୦ରେ ସେଣ୍ଟରକୁ ପଠାଯିବ ପ୍ରଶ୍ନପତ୍ର
ଭୁବନେଶ୍ୱର,(ଓଏନଏ): ଚଳିତ ମାସ ୨୮ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷାକୁ ସୁରୁଖୁରୁରେ ପରିଚାଳିନା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ), ଏସ୍ପି, କଟକ ଓ ଭୁବନେଶ୍ୱର ଡିପିସିଙ୍କ ସହଯୋଗ ଲୋଡିଛି ମାଧ୍ୟମିକ ଶିକ୍ଷା ପରିଷଦ । ଆସନ୍ତା ୨୦ରୁ ଦୁଇଟି ପର୍ଯ୍ୟାୟରେ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ଏବଂ ଜାଗଜପତ୍ର ପଠାଯିବ ।
 ୨୪ ଘଣ୍ଟିଆ  ସୁରକ୍ଷା ମଧ୍ୟରେ ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ସୁରକ୍ଷା, ମୂଲ୍ୟାୟନ କରିବାକୁ ଗଣଶିକ୍ଷା ବିଭାଗ ସଚିବ ରଞ୍ଜନା ଚୋପ୍ରା ନିଦେ୍ର୍ଦର୍ଶ ଦେଇଛନ୍ତି । ପ୍ରତି ପରୀକ୍ଷା କେନ୍ଦ୍ର ନିକଟରେ ସ୍ୱତନ୍ତ୍ର ପୋଲିସ ନିୟୋଜିତ ହେବେ  । ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ସୁରକ୍ଷା ପାଇଁ ୨୯୫ଟି ନୋଡାଲ ସେଣ୍ଟରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା  ଗ୍ରହଣ କରାଯିବ । ପୋଲିସ ଅଧିକାରୀମାନେ ରାତିଦିନ ପହରା ଦେବେ । ମାର୍ଚ୍ଚ ୨୦ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ୬୦ଟି କେନ୍ଦ୍ରରେ ମୂଲ୍ୟାୟନ ହେବ । ମୂଲ୍ୟାୟନ ସମୟରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବାକୁ ଏସ୍ପି ଓ ଡିଏସ୍ପିମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ପରୀକ୍ଷା କେନ୍ଦ୍ର ଗୁଡିକକୁ ପରିଚାଳନା କରିବେ । ପରୀକ୍ଷା ସମୟରେ, ମୂଲ୍ୟାୟନ ବେଳେ  ଯଦି କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୁଏ ସଙ୍ଗେ ସଙ୍ଗେ କଣ୍ଟ୍ରୋଲ  ରୁମକୁ ଜଣାଇବାକୁ କୁହାଯାଉଛି । ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ମଧ୍ୟ ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ ଖୋଲିବ  । ଏଥିରେ ବି ଅଭିଯୋଗ ଗ୍ରହଣ କରାଯିବ । ଛାତ୍ରଛାତ୍ରୀ, ଶିକ୍ଷକମାନେ ଏହାର ସୁବିଧା ଉଠାଇପାରିବେ । ଜିଲ୍ଲାପାଳମାନେ ପରୀକ୍ଷା ପରିଚାଳନା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଡିଓ /ତହସିଲଦାରଙ୍କୁ ପରୀକ୍ଷା କେନ୍ଦ୍ରର ପରିଚାଳନା ଦାୟିତ୍ୱ ଦିଆଯିବ ।  ସୋମନେ ପରୀକ୍ଷା ସମୟରେ ସବୁ କେନ୍ଦ୍ରକୁ ଗସ୍ତ କରି ଯାଞ୍ଚ କରିବେ  । ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ପ୍ରତିଟି  ଦିନ ସେମାନେ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରିବାକୁ କୁହାଯାଇଛି ।  ଚଳିତବର୍ଷ ୨୯୩୮ଟି ପରୀକ୍ଷା କେନ୍ଦ୍ରରେ ୬,୦୮,୭୦୦ ପରୀକ୍ଷାର୍ଥୀ ମାଟି୍ରକ ଏବଂ ମଧ୍ୟମା ପରୀକ୍ଷା ଦେବେ  । ୨୯୫ଟି ନୋଡାଲ ସେଣ୍ଟର କରାଯାଇଛି । ଗତ ୭ ତାରିଖରୁ ୱେବସାଇଟ ମାଧ୍ୟମରେ ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ଯୋଗାଇ ଦିଆଯାଇଛି ।

ONA

Leave a Reply

Top