You are here
Home > ଏଣ୍ଟରଟେନମେଣ୍ଟ > ୨୭ ବର୍ଷ ପରେ ଏକାଠି

୨୭ ବର୍ଷ ପରେ ଏକାଠି

ଦୀର୍ଘ ୨୭ ବର୍ଷ ପରେ ସିଲଭର ସ୍କ୍ରିନରେ ପୁଣି ଥରେ ଏକାଠି ହେଉଛନ୍ତି ହିଟ୍୍ ଯୋଡି ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ । ହଁ ୧୯୯୧ରେ ରିଲିଜ ହୋଇଥିବା ଲୁପରହିଟ୍୍ ଫିଲ୍ମ ସଡକର ସିକ୍ୱେଲ ସଡକ-୨ ହେବାକୁ ଯାଉଛି । ଯାହାକୁ ବନାଉଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ । ଏଥିରେ ସଞ୍ଚୟ ଦତ୍ତ ଓ ପୂଜା ଭଟ୍ଟଙ୍କୁ ଦର୍ଶକେ ଏକାଠି ଦେଖିବାକୁ ପାଇବେ । ଫିଲ୍ମର ସ୍ପ୍ରିପପ୍ଟେ ଓ ପ୍ରଡକ୍ସନ ଦାୟିତ୍ୱରେ ରହିବେ ମହେଶ ଭଟ୍ଟ । ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ ୨୦୧୮ ଅଗଷ୍ଟ ୩ ତାରିଖରେ ରିଲିଜ କରିବାକୁ ଯୋଜନା ରହିଛି । ଫିଲ୍ମରେ ପୂଜା ଏକ ଭିନ୍ନ ଚରିତ୍ରରେ ନଜର ଆସିବେ । ଯାହାକୁ ନେଇ ପୂଜା କାଫି ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମରେ କିଛି ୟଙ୍ଗଷ୍ଟର ମଧ୍ୟ ନଜର ଆସିବେ । ତେବେ ସେମାନେ କିଏ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । କିନ୍ତୁ ଫିଲ୍ମ ପାଇଁ ଆଲିଆଙ୍କ ନାଁ ନେଇ ଚର୍ଚ୍ଚା ହୋଇଥିଲା । ସଡକରେ ସଞ୍ଜୟ-ପୂଜାଙ୍କ ଲଭ୍ ଷ୍ଟୋରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା ।

ONA

Leave a Reply

Top