You are here
Home > ଲାଟେଷ୍ଟ > ୨୨ରେ ଓଡ଼ିଶା ଆସିବେନି ଅମିତ ଶାହା

୨୨ରେ ଓଡ଼ିଶା ଆସିବେନି ଅମିତ ଶାହା

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଅଧ୍ୟକ୍ଷ ଅମିତ ଶାହାଙ୍କ ୩ ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି । ଆସନ୍ତା ୨୨ ତାରିଖରେ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ‘ମୋ ବୁଥ୍ ସବୁଠୁ ମଜଭୁତ’ ଅଭିଯାନରେ ସାମିଲ ହୋଇ ଥାନ୍ତେ । ମାତ୍ର ଶ୍ରୀ ଶାହାଙ୍କ ଗସ୍ତ ଜୁଲାଇ ମାସକୁ ଘୁଞ୍ଚାଇ ଦିଆଯାଇଛି । ଫଳରେ ସେ ଆସନ୍ତା ଜୁଲାଇ ୪, ୫ ଓ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସି ଯାଜପୁର, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।
ଗଲାମାସ ୨୦ରୁ ବିଜେପି ଯୁଦ୍ଧଂଦେହି ଡାକରା ଦେଇଥିଲା । ଏହାକୁ ଅଧିକ ସଫଳ କରିବା ପାଇଁ ଓଡ଼ିଶା ଆସିଥାନ୍ତେ ଅମିତ ଶାହା । କିନ୍ତୁ ଏବେ ଶ୍ରୀ ଶାହାଙ୍କ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେବା କାରଣରୁ ରାଜ୍ୟ ବିଜେପିର ଷ୍ଟ୍ରାଟେଜିରେ ଗଡବଡ ହୋଇଯାଇଛି । ଗତମାସ ୨୦ରେ ବିଜେପି ଆରମ୍ଭ କରିଥିଲା ବୁଥ୍କୁ ଚାଲ ଅଭିଯାନ । ରାଜ୍ୟରେ ଦଳର ସ୍ଥିତି ଓ ସଂଗଠନକୁ ମଜଭୁତ କରିବା ପାଇଁ ଏମିତି ଯୋଜନା ଆରମ୍ଭ ହୋଇଛି । ବିଜେପିର ଅଭିଯାନ ଆରମ୍ଭ ହେବ ନବୀନଙ୍କ ଗଡ କୁହାଯାଉଥିବା ଗଞ୍ଜାମରୁ । ରାଜ୍ୟର ସବୁ ବୁଥରେ ପହଞ୍ଚିବେ ୨୦ ହଜାର ବିଜେପି କର୍ମକର୍ତ୍ତା । ଖାସ୍ ଏଥିପାଇଁ ୧୫ ଦିନ ଧରି ୩୦୦ ନେତା ୨୦ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । ହକ ପାଇଁ ଲଢ଼େଇ ସହ ମୋ ବୁଥ ସବୁଠୁ ମଜଭୁତ’ ଅଭିଯାନରେ ବାହାରିଥିବା ବିଜେପିର ଏହି କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବେ ଅମିତ ଶାହା ।

ONA

Leave a Reply

Top