You are here
Home > ଲାଟେଷ୍ଟ > ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡା : ଶନିବାର ୮ ସ୍ବଣ୍ଣ ପଦକ ଜିତିଲା ଭାରତ,ପଦକ ସଂଖ୍ୟା ୫୯

୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡା : ଶନିବାର ୮ ସ୍ବଣ୍ଣ ପଦକ ଜିତିଲା ଭାରତ,ପଦକ ସଂଖ୍ୟା ୫୯

ଗୋଲ୍ଡକୋଷ୍ଟ : ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ଭାରତ ପାଇଁ ହୋଇଛି ସୁନା ବର୍ଷା। ଆଜି ଭାରତୀୟ କ୍ରୀଡାବିତ୍ ବକ୍ସିଂ, ରେସଲିଂ,ସୁଟିଂ,ଜାଭେଲିନ ଥ୍ରୋ ଏବଂ ଟିଟି ଇଭେଣ୍ଟରେ ଭାରତ ପାଇଁ ଜିତିଛନ୍ତି ୮ଟି ସ୍ବର୍ଣ୍ଣ। ଏଯାଏ ବିଭିନ୍ନ ଇଭେଣ୍ଟରେ ଭାରତୀୟ କ୍ରୀଡାବିତ୍ ୨୫ଟି ସ୍ବର୍ଣ୍ଣ,୧୬ଟି ରୌପ୍ୟ,୧୮ଟି ବ୍ରୋଞ୍ଜ ପଦକ ସହ ମୋଟ ୫୯ଟି ପଦକ ହାତେଇ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି।
ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦଶମ ଦିନ ଭାରତ ପାଇଁ ହୋଇଛି ସୁନା ବର୍ଷା। ଶନିବାର ଭାରତୀୟ କ୍ରୀଡାବିତ୍ ବକ୍ସିଂ,ରେସଲିଂ,ସୁଟିଂ,ଜାଭେଲିନ ଥ୍ରୋ ଏବଂ ଟିଟି ଇଭେଣ୍ଟରେ ଭାରତୀୟ କ୍ରୀଡାବିତ୍ ହାତେଇଛନ୍ତି ୮ଟି ସ୍ବର୍ଣ୍ଣ। ଏଯାଏ ବିଭିନ୍ନ ଇଭେଣ୍ଟରେ ଭାରତୀୟ କ୍ରୀଡାବିତ୍ ୨୫ଟି ସ୍ବର୍ଣ୍ଣ,୧୪ଟି ରୌପ୍ୟ,୧୮ଟି ବ୍ରୋଞ୍ଜ ପଦକ ସହ ମୋଟ ୫୭ଟି ପଦକ ହାତେଇ ପଦକ ତାଲିକାରେ ତୃତୀୟ ସ୍ଥାନରେ ରହିଛି।
ଦଶମ ଦିନରେ ଭାରତକୁ ଗୌରବାନ୍ବିତ କରିଥିଲେ ଭାରତୀୟ ବକ୍ସର। ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣରେ ମହିଳା ୪୮କେଜିରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ହାତେଇଥିଲେ ବକ୍ସର ମାରି କମ୍। ସେହିପରି ପୁରୁଷ ୫୨ କେଜି ଏବଂ ୭୫କେଜିରେ ଗୌରବ ସୋଲାଙ୍କି ଓ ବିକାଶ କିଷନ ଭାରତ ପାଇଁ ଆଣିଛନ୍ତି ସ୍ବର୍ଣ୍ଣପଦକ। ପୁରୁଷ ୬୦ କେଜିରେ ମନୀଷ କୌଶିକ ଏବଂ ୪୬-୪୯କେଜିରେ ଅମିତ୍ ପାନଘଲ ହାତେଇଛନ୍ତି ରୌପ୍ୟ ପଦକ।
ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ କୁସ୍ତିଯୋଦ୍ଧାଙ୍କ ଦମଦାର ପ୍ରଦର୍ଶନ ଜାରି। ମହିଳା ୫୦ କେଜି ଫ୍ରି ଷ୍ଟାଇଲ୍ କୁସ୍ତିରେ ଭିନେଶ ଫୋଗଟ୍ ଏବଂ ୧୨୫ କେଜି ପୁୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିରେ ସୁମିତ ମଲ୍ଲିକ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଛନ୍ତି।ସାକ୍ଷା ମାଲିକ ଏବଂ ସୋମବିର୍ ଜିତିଛନ୍ତି ବ୍ରୋଞ୍ଜ ପଦକ।
ସୁଟିଂ ୫୦ମିଟର ରାଇଫଲରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ନୂଆ କୀର୍ତ୍ତିମାନ ସ୍ଥାପନ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ସଞ୍ଜୀବ ରାଜପୁତ।
ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦାର୍ପଣରେ ଜାଭଲିନ୍ ଥ୍ରୋରେ ନୂଆ ରେକର୍ଡ ସୃଷ୍ଟି କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାଭଲିନ୍ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିବାରେ ନୀରଜ ବନିଛନ୍ତି ପ୍ରଥମ ଭାରତୀୟ।
ଟିଟି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଇତିହାସ ରଚିଛନ୍ତି ମାନିକା ବାତ୍ରା। ମହିଳା ସିଙ୍ଗଲ୍ସରେ ସିଙ୍ଗାପୁରର ମେଙ୍ଗୟୁଙ୍କୁ ଚିତ୍ କରି ମାନିକା ହାତେଇଛନ୍ତି ପଦକ।
ବ୍ୟାଡମିଣ୍ଟନ ମହିଳା ଡବଲ୍ସରେ ଅଶ୍ବିନ୍ ପୋନାପ୍ପା –ଏନ ସିକ୍କି ରେଡ୍ଡି ଯୋଡି ଜିତିଛନ୍ତି ବ୍ରୋ଼ଞ୍ଜ ପଦକ।
ସ୍କ୍ବାସ ଇଭେଣ୍ଟରେ ମିକ୍ସଡ ଡବଲ୍ସରେ ଦୀପିକା ପାଲ୍ଲିକେଲ –ସୌରଭ ଘୋଷାଲ ଯୋଡି ଜିତିଛନ୍ତି ରୌପ୍ୟ ପଦକ।
ପୁରୁଷ ଡବଲ ଟେବୁଲ ଟେନିସ ଇଭେଣ୍ଟରେ ସାନିଲ ସେଟ୍ଟି-ହର୍ମିତ୍ ଯୋଡି ଜିତିଛନ୍ତି ବ୍ରୋଞ୍ଜ ପଦକ।

ONA

Leave a Reply

Top