You are here
Home > ଲାଟେଷ୍ଟ > ୧୨% ବଢ଼ିଛି ଏଲପିଜି ସଂଯୋଗ

୧୨% ବଢ଼ିଛି ଏଲପିଜି ସଂଯୋଗ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ବର୍ଷେ ପୁରିଛି । ଗୋଟିଏ ବର୍ଷ ଭିତରେ ରାଜ୍ୟର ୧୦.୮୯ ଲକ୍ଷ ପରିବାରକୁ ଏଲପିଜି  ସଂଯୋଗ ସହାୟତା ଦିଆଯାଇଛି । ୩ ବର୍ଷ ମଧ୍ୟରେ ଓଡ଼ିଶାର ୩୦ ଲକ୍ଷ ଲୋକଙ୍କ ପାଇଁ ଏଲପିଜି ସଂଯୋଗ ଦିଆଯିବାର ଲକ୍ଷ୍ୟ ରହିଛି । ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ୨୦୧୬ ମେ ପହିଲାରୁ  ୨୦୧୭ ମେ ପହିଲା ପର୍ଯ୍ୟନ୍ତ ୧ ବର୍ଷ ସମୟ ମଧ୍ୟରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ୨.୨ କୋଟିରୁ ଉଦ୍ଧ୍ୱର୍ ସଂଯୋଗ ଦିଆଯାଇଛି ।  ଓଡ଼ିଶାର ୧୦ ଲକ୍ଷରୁ ଉଦ୍ଧ୍ୱର୍ ବିପିଏଲ୍ ମହିଳା ଏହି ସୁଯୋଗ ନେଇଛନ୍ତି  । ଆଇଓସିଏଲ୍ର ଜିଏମ ପ୍ରୀତିଶ ରାଉତ କହିଛନ୍ତି ଯେ, ରାଜ୍ୟରେ ୫୪୭ ଏଲପିଜି ବିତରଙ୍କ ଦ୍ୱାରା ଏହି ସଂଯୋଗ ଦିଆଯାଇଛି । କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବରିଷ୍ଠ ଦିଗଦର୍ଶନରେ ରାଜ୍ୟରେ ଏହି ବାବଦରେ ୧୭୪.୩୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ୨୦୧୪ରେ ରାଜ୍ୟରେ ୨୦ ପ୍ରତିଶତ ଘରେ ଏଲପିଜି ସଂଯୋଗ ରହିଥିବା ବେଳେ ଏବେ ଏହା ୪୩ ପ୍ରତିଶତରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉଦଘାଟନ ସମୟରେ ୩୧.୯ ପ୍ରତିଶତ ଘରେ ଏଲପିଜି ସଂଯୋଗ ଥିଲା  । ଏବେ ଏହା ୪୩.୧ ପ୍ରତିଶତରେ ପହଞ୍ଚିଛି । ଯୋଜନାକୁ ବର୍ଷେ ପୁରିଥିବା ବେଳେ ୧୨ ପ୍ରତିଶତ ଅଭିବୃଦ୍ଧି ହାସଲ ହୋଇପାରିଛି  । ତଥାପି ଏ କ୍ଷେତ୍ରରେ ଅନେକ ଦୂର ଯିବାର ଅଛି  । ଉଜ୍ଜ୍ୱଳାକୁ ବର୍ଷେ ପୁରିଥିବା ବେଳେ ଶତପ୍ରତିଶତ ଚୁଲି ମୁଣ୍ଡରୁ ଧୂଆଁଦୂର  ପାଇଁ ଆଉ କିଛି ବର୍ଷ ଲାଗିପାରେ  ।

ONA

Leave a Reply

Top