You are here
Home > ଲାଟେଷ୍ଟ > ୧୦ ହଜାର ଆମେରିକୀୟଙ୍କୁ ଚାକିରି ଦେବ ଇନଫୋସିସ୍

୧୦ ହଜାର ଆମେରିକୀୟଙ୍କୁ ଚାକିରି ଦେବ ଇନଫୋସିସ୍

ନୂଆଦିଲ୍ଲୀ: ଆଗାମୀ ଦୁଇ ବର୍ଷ ମଧ୍ୟରେ ଇନଫୋସିସ୍ ୧୦ ହଜାର ଆମେରିକୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯାଉଛି । ଏହା ସହିତ କମ୍ପାନୀ ସେଠାରେ ୪ଟି ଟେକ୍ନୋଲୋଜି ଏଣ୍ଡ ଇନୋଭେସନର କେନ୍ଦ୍ର ଲଗାଇବ  ।  ତେବେ ଏହା ଦ୍ୱାରା ଆମେରିକାରେ ଭିସାକୁ ନେଇ ଉଠିଥିବା ବିବାଦ ଅନେକ ମାତ୍ରାରେ କମ କରି ହେବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । କମ୍ପାନୀ ନୂଆ ନିଯୁକ୍ତି ସୁଯୋଗ ସହ କେନ୍ଦ୍ର ଖୋଲି କୁତ୍ରିମ ବୁଦ୍ଧିମତା, ମେସିନ ସମ୍ପର୍କିତ  ଜ୍ଞାନ କୌଶଳ, ଉପଭୋକ୍ତା ଅନୁଭବ ଏବଂ ନୂଆ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର କାରବାରକୁ ମଧ୍ୟ ବଢାଇବ ।
  ଚଳିତ ବର୍ଷ ଅଗଷ୍ଟ ମାସରେ ଇଣ୍ଡିଆନା ନିକଟରେ ପ୍ରଥମ କମ୍ପାନୀ ହବ୍ ସ୍ଥାପନ କରିବ  । ଏହା ଦ୍ୱାରା ଆମେରିକୀୟ କର୍ମଚାରୀମାନଙ୍କ ପାଇଁ ୨୦୨୧ ମଧ୍ୟରେ ୨ ହଜାର ସ୍ଥାନରେ ହବ୍ ସ୍ଥାପନ କରାଯିବ  । କମ୍ପାନୀ ଏହାକୁ ନେଇ ଟେକ୍ନୋଲୋଜି ଏବଂ ଇନୋଭେସନ୍ ବିଷୟରେ ରପ୍ତାନି କରିବା ସହ ବିତ୍ତିୟ ସେବା , ନିର୍ମାଣ , ସ୍ୱାସ୍ଥ୍ୟ ଦେଖାସୁଣା, ଖୁଚୁରା ତଥା ଘରୋଇ ଏବଂ ଶକ୍ତି ସମ୍ବନ୍ଧିତ ଗ୍ରାହକମାନଙ୍କ ସହ ମିଶି କାମ କରିବାକୁ ନିଶ୍ଚିତ କରିଛି । ଏହା ଫଳରେ ଆମେରିକା ପକ୍ଷରୁ ଜାରି ହୋଇଥିବା ଭିସା କଟକଣାର ପ୍ରଭାବକୁ କମ କରିହେବ ବୋଲି ଆଶା କରାଯାଉଛି । ୨୦୧୬-୧୭ ଆର୍ଥିକ ବର୍ଷରେ ଇନଫୋସିସର ସମୀକ୍ଷା ୧୦.୨ ଡଲାର ରହିଛି ଯେଉଁଥିରେ ଦକ୍ଷିଣ ଆମେରିକାରୁ କମ୍ପାନୀକୁ ୬୦% ଅଧିକ ଲାଭ ମିଳିଛି । ଆମେରିକା ଇନଫୋସିସ୍ ଏବଂ ତାର ପ୍ରତିଦ୍ୱନ୍ଦ୍ୱୀ  ଟାଟା କନ୍ସଲଟାନ୍ସ ସେବା ଉପରେ ଏଚ-ବି ଭିସାର ବଡ ଭାଗ ଅନୁଚିତ ଉପାୟରେ  ଅଣାଯାଉଥିବାର ଅଭିଯୋଗ କରିଥିଲା । ଆମୋରିକା ତାର ଦାବିରେ  କମ୍ପାନୀମାନଙ୍କୁ ଲଟେରୀ ପ୍ରଣାଳୀରେ ଅଧିକ ଟିକେଟ୍ ନେଇ ଏଚ-୧ ବି ଭିସାର ବଡ ଭାଗ ହାସଲ କରୁଛି ବୋଲି କୁହାଯାଉଛି ।

ONA

Leave a Reply

Top