You are here
Home > ଲାଟେଷ୍ଟ > ୧୦ଟି ଜିଲ୍ଲାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ମୋଦି ଉତ୍ସବ

୧୦ଟି ଜିଲ୍ଲାରେ ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ମୋଦି ଉତ୍ସବ

ଭୁବନେଶ୍ୱର: କେନ୍ଦ୍ରସରକାରଙ୍କ ତୃତୀୟବର୍ଷ ପୂର୍ତ୍ତି ଅବସରରେ  ରାଜ୍ୟବ୍ୟାପି ବିଜେପି ମୋଦି ଉତ୍ସବ ପାଳନ କରୁଥିବା ବେଳେ ଆଜିଠାରୁ ରାଜ୍ୟର ୧୦ଟି ସହରରେ ଏହି ଉତ୍ସବର ଆୟୋଜନ  କରାଯାଇଛି  । ପୁରୀ, ଜଗତସିଂହପୁର, ଅନୁଗୁଳ, ବାଲେଶ୍ୱର, ଦେବଗଡ, କଳାହାଣ୍ଡି, କୋରାପୁଟ ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପି ଏହି ଉତ୍ସବ ପାଳନ କରିଛି । ଭାରତୀୟ ଚଳଚିତ୍ର ନିଗମ ଏହି ଉତ୍ସବକୁ ଆୟୋଜନ କରିଛି । ଦ୍ୱିତୀୟ ପାର୍ଯ୍ୟାୟରେ  ୩ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଜନ କି ବାତ, କୁଇଜ, ଆପ ଡାଉନଲୋଡ, ପ୍ରଦର୍ଶନୀ ଇତ୍ୟାଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜନ କି ବାତରେ ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ମାଧ୍ୟମରେ ନିଜର ପରିସ୍ଥିତି ବିଷୟରେ ସୂଚନା ଦେବାର ବ୍ୟବସ୍ଥା ରହିଛି ।

ONA

Leave a Reply

Top