You are here
Home > Uncategorized > ୟୁରିନ୍ ଇନଫେକସନ୍

ୟୁରିନ୍ ଇନଫେକସନ୍

ୟୁରିନ ଇନଫେକସନ ବା ମୂତ୍ର ସଂକ୍ରମଣ ଏକ ଜୀବାଣୁ ଜନିତ ସମସ୍ୟା । ପୁରୁଷ ମାନଙ୍କ ତୁଳନାରେ ମହିଳାଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ । ବିଭିନ୍ନ କାରଣରୁ ଏହି ସମସ୍ୟା ଦେଖାଦେଇଥାଏ । ତେବେ ନିଜେ ସଫା ସୁତୁରା ରହିବା ସହ କିଛି ସାବଧାନତା ଅବଲମ୍ବନ କଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।
ଲକ୍ଷଣ: ୟୁରିନ ଇନଫେକସନ ହେଲେ ଆପଣ ସହଜରେ ଜାଣିପାରିବେ । କାରଣ ଇନଫେକସନ ହେଲେ କେତୋଟି ସାଧାରଣ ଲକ୍ଷଣ ପରିଲକ୍ଷିତ ହୋଇଥାଏ..
  ବାରମ୍ବାର ପରିସ୍ରା ଲାଗିବା
  ପରିସ୍ରା କରିବାରେ କଷ୍ଟ ହେବା
  ପରିସ୍ରା କରିବା ବେଳେ ଜଳାପୋଡ ହେବା
  ପରିତ୍ସା ଦ୍ୱାରା ଏବଂ ତଳି ପେଟରେ ଭୀଷଣ ଯନ୍ତ୍ରଣା ହେବା
   ଜ୍ୱର ହେବା ସହ ମୁଣ୍ଡ ବିନ୍ଧା ଓ ଶରୀର ପୀଡା ହେବା
ୟୁୁରିନ ଇନଫେକସନର କାରଣ: ୟୁରିନ ଇନଫେକସନ ହେବାର ବିଭିନ୍ନ ପ୍ରକାର କାରଣ ରହିଛି ।
   ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ । କାରଣ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ମୂତ୍ରନଳୀ ଆକାର ଛୋଟ । ଅଧିକ ଜୀବାଣୁ ଥିବା ଯୋନି ଦ୍ୱାରା ଓ ମଳଦ୍ୱାର ନିକଟରେ ମୂତ୍ରନଳୀର ଅବସ୍ଥିତି ହେତୁ ସହଜରେ ତାହା ଜୀବଣୁ ସଂକ୍ରମିତ ହୁଏ ।
   ଅପରିଷ୍କାର ସ୍ଥାନରେ କିମ୍ବା ଏଣେତେଣେ ପରସ୍ରା କରିବା ଦ୍ୱାରା ଜୀବାଣୁ ସଂକ୍ରମଣ ହୋଇଥାଏ । ତେଣୁ ଏଣେତେଣେ ପରିସ୍ରା ବସନ୍ତୁ ନାହିଁ ।
   କୌଣସି ଟଏଲେଟରେ ପରିସ୍ରା ବସିବା ପୂର୍ବରୁ ଭଲ ଭାବରେ ପାଣି ଢାଳି ସଫା କରନ୍ତୁ । ତୁରନ୍ତ ଯାଇ ପରିସ୍ରା ବସନ୍ତୁ ନାହିଁ । କାରଣ ଅନ୍ୟ କେହି ପରିସ୍ରା ବସିଥିଲେ ଜୀବାଣୁ ସଂକ୍ରମଣ ଅତି ଶୀଘ୍ର ହୋଇଥାଏ ।
   କୌଣସି ରୋଗରେ ପୀଡିତ ହୋଇ ଦୀର୍ଘଦିନ ଧରି କ୍ୟାଥେଟର ବ୍ୟବହାର କରି ପରିସ୍ରା କରିବା ଦ୍ୱାରା ମଧ୍ୟ ଅନେକ ସମୟରେ ଜୀବଣୁ ସଂକ୍ରମଣ ହୋଇ ୟୁରିନ ଇନଫେକସନ ହୋଇଥାଏ ।
  ବିଶେଷଜ୍ଞଙ୍କ ମତରେ ମହିଳାମାନେ ସାଧାରଣତଃ ଗର୍ଭାବସ୍ଥା ସମୟରେ ଅଧିକ ମାତ୍ରାରେ ୟୁରିନ ଇନଫେକସନର ଶିକାର ହୋଇଥାନ୍ତି । କାରଣ ଗର୍ଭାବସ୍ଥାରେ ମୂତ୍ରାଶୟରେ ଅଧିକ ସମୟ ପରିସ୍ରା ରହେ ଯାହା ଫଳରେ ଜୀବାଣୁଙ୍କର ସଂଖ୍ୟା ବୃଦ୍ଧି ହୋଇ ମୂତ୍ର ସଂକ୍ରମଣ ହୋଇଥାଏ ।
   ଯୌନ ସମ୍ପର୍କ ରହିବା ସମୟରେ ଜୀବାଣୁ ମୂତ୍ରଦ୍ୱାର ନଳୀ ଦେଇ ଠେଲି ହୋଇ ସଂକ୍ରମଣ ହୋଇଥାଏ ।
ନିରାକରଣ
   ୟୁରିନ ଇନଫେକସନ ମହିଳାମାନଙ୍କର ଏକ ସାଧାରଣ ଓ ଜଟିଳ ସମସ୍ୟା ହୋଇଥିବାରୁ ଏହାର ଚିକିତ୍ସା ଓ ପ୍ରତିକାର ଅତି ଜରୁରୀ ଅଟେ । ଡାକ୍ତରଙ୍କ ପରାମର୍ଶ କରି ପରିସ୍ତା ପରୀକ୍ଷା ଓ କଲଚର ପରୀକ୍ଷା କରାଇ ତୁରନ୍ତ ଔଷଧ ସେବନ କରନ୍ତୁ । କାରଣ ଅବହେଳା କାରଣରୁ ଏହା ଲିଭର ଓ କିଡନି ଉପରେ କୁପ୍ରଭାବ ପକାଇଥାଏ .
   ୟୁରିନ ଇନଫେକସନ ଭଳି ଏକ ଯନ୍ତ୍ରଣାଦାୟକ ରୋଗରେ ପଡି ଚିକିତ୍ସା କରିବା ଅପେକ୍ଷା ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ସବୁବେଳେ ଭଲ । କିଛିଟା ଛୋଟ ଛୋଟ ହେଲ ଗୁରୁତ୍ୱପୂର୍ଣ୍ଣ ଦିଗପ୍ରତି ଧ୍ୟାନ ଦେଲେ ୟୁରିନ ଇନଫେକସନ ଭଳି ରୋଗାରୁ ମୁକ୍ତି ମିଳିପାରିବ ।
   ଏଣେତେଣେ କିମ୍ବା ଅପରିଷ୍କାର ସ୍ଥାନରେ ପରିସ୍ରା କରନ୍ତୁ ନାହିଁ
   ପରିସ୍ରା ଦ୍ୱାରର ପରିଷ୍କାର ଓ ପରିଚ୍ଛନତା ପ୍ରତି ଧ୍ୟାନ ଦିଅନ୍ତୁ
   ଗାଧୋଇବା ବେଳେ ପରିସ୍ରା ଦ୍ୱାର ଭଲ ଭାବେ ସଫା କରନ୍ତୁ
   ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ।
  ସବୁବେଳେ ସଫା ଅନ୍ତବସ୍ତ୍ର ବ୍ୟବହାର କରନ୍ତୁ
   ଯୌନ ସମ୍ପର୍କ ପରେ ସବୁବେଳେ ପରିସ୍ତା କରି ଶୌଚ ହେବା ଜରୁୀର
    ପ୍ରଥମ ଅବସ୍ଥାରୁ ଅବହେଳା ନକରି ଉପଯୁକ୍ତ ଚିକିତ୍ସା ଆରମ୍ଭ କଲେ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ ।

ONA

Leave a Reply

Top