You are here
Home > ଏଣ୍ଟରଟେନମେଣ୍ଟ > ୟୁଟୁବରେ ଧୁମ୍ ମଚାଇଲା ସଲମାନ, ରେଖା ଓ ଧର୍ମେନ୍ଦ୍ରଙ୍କ ଠୁମକା ! ଟ୍ରେଲର ଦେଖିଲେ ୭୪ ଲକ୍ଷ ଦର୍ଶକ

ୟୁଟୁବରେ ଧୁମ୍ ମଚାଇଲା ସଲମାନ, ରେଖା ଓ ଧର୍ମେନ୍ଦ୍ରଙ୍କ ଠୁମକା ! ଟ୍ରେଲର ଦେଖିଲେ ୭୪ ଲକ୍ଷ ଦର୍ଶକ

ନିକଟରେ ସଲମାନ ଖାନଙ୍କ ସହ ରେଖା ଓ ଧର୍ମେନ୍ଦ୍ରଙ୍କ ଠୁମକା ସୁପରହିଟ ହୋଇଥିବାର ସୂଚନା ମିଳିଛି । “ୟମଲା ପାଗଲା ଦିବାନା ଫିରସେ” ର ଟ୍ରେଲର ରିଲିଜ ହେବା ପରେ ୟୁଟୁବରେ ହଇଚଇ ମଚେଇ ଦେଇଛି । ଏହି ଟ୍ରେଲରକୁ ପାଖାପାଖି ୭୪ ଲକ୍ଷ ଦର୍ଶକ ଦେଖିସାରିଲେଣି । ଫିଲ୍ମରେ ବାପ ପୁଅଙ୍କ ଅତୁଟ ସର୍ମ୍ପକ ବିଷୟରେ ଦେଖାଉଥିବାବେଳେ ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେୱଲ ଓ ବବି ଦେୱଲଙ୍କ ଖଟାମିଠା କମେଡିକୁ ନେଇ ଏହି ଫିଲ୍ମ ଧୁମ ମଚଉଛି । ଏହି ଫିଲ୍ମଟି ‘ୟମଲା ପଗଲା ଦିବନା’ ଫିଲ୍ମର ତୃତୀୟ ସିରିଜ । ଟ୍ରେଲର ମୁତାବକ ଏହି ଫିଲ୍ମଟି କମେଡିରେ ଭରପୁର ଥିବା ଆଶା କରାଯାଉଛି । ଏଥିସହ ଏହି ଫିଲ୍ମରେ ଅତିଥି କଳାକାର ରୂପେ ସଲମାନ ଖାନ, ରେଖା, ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ ସିହ୍ନାକୁ ଟ୍ରେଲରର ଦେଖିବାକୁ ମିଳୁଛି । “ୟମଲା ପାଗଲା ଦିବାନା ଫିରସେ” ଫିଲ୍ମର ‘ଲିଟିଲ ଲିଟଲ’ ଗୀତଟି ସବୁଠାରୁ ଆକର୍ଷଣୀୟ ହୋଇଛି । ଏହି ଗୀତ ଶୁଣିବା ପରେ ଦର୍ଶକଙ୍କ ମୁହଁରେ ଏହି ଗୀତଟି ଶୁଣିବାକୁ ମିଳୁଛି । ତେବେ ଏହା ପୂର୍ବରୁ ୟମଲା ପଗଲା ଦିବାନା-୨ ଫିଲ୍ମଟି ଫ୍ଲପ ହୋଇଥିଲା । ମାତ୍ର ଏହି ଫିଲ୍ମଟି ସୁପରହିଟ ହେବ ବୋଲି ଦର୍ଶକଙ୍କ ପ୍ରତିକ୍ରିୟାରୁ ଆଶା କରିହେଉଛି । କାରଣ ଏହି ସିରିଜରେ ସଲମାନ ଖାନଙ୍କ ଏଣ୍ଟ୍ରି ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ନେଇଛନ୍ତି ନବନିୟତ ସିଂ । ଏହି ଫିଲ୍ମଟି ୩୧ ଅଗଷ୍ଟରେ ରିଲିଜ ହେବ ।

ONA

Leave a Reply

Top