You are here
Home > ଲାଟେଷ୍ଟ > ୟୁଏନରେ ପାକିସ୍ତାନକୁ ଭାରତର କଟାକ୍ଷ

ୟୁଏନରେ ପାକିସ୍ତାନକୁ ଭାରତର କଟାକ୍ଷ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ କ୍ରମାଗତ ଦ୍ଵିତୀୟ ଦିନରେ କାଶ୍ମୀରର ବେସୁରା ଗୀତ ଗାଇଛି।  ଯାହାକୁ ନେଇ ଭାରତ  ପାକିସ୍ତାନକୁ ଖୁବ୍ କଟାକ୍ଷ କରିଛି।  ଜେନେଭିଆ ସଂଯୁକ୍ତ ରାଷ୍ଟ୍ର ମାନବ ଅଧିକାର ପରିଷଦ ସାମ୍ନାରେ ଭାରତ କହିଛି ଯେ ଦୁନିଆକୁ ଏମିତି ଦେଶରୁ ଶିକ୍ଷା ନେବାର ଆବଶ୍ୟକତା ନାହିଁ ଯିଏ ନିଜେ ବିଫଳ ଦେଶ ଭାବେ ପରିଚିତ ସେ କଣ ଅନ୍ୟକୁ ଶିକ୍ଷା ଦେବ।  ୟୁଏନରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା  ମିନି ଦେବୀ କୁମନ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ଏମିତି ଏକ ବିଫଳ ଦେଶ ଯେଉଁଠି  ଓସାମା ବିନ ଲାଡେନକୁ ଲୁଚି ରହିବା ପାଇଁ ଜାଗା ମିଳିଥାଏ ଓ ହାଫିଜ ସଇଦ ପରି ଆତଙ୍କୀବାଦୀ ଖୋଲାରେ ବିଚରଣ କରନ୍ତି।  ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ କାଶ୍ମୀର ପ୍ରସଙ୍ଗ ଉଠାଯାଇଥିଲା। ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ଵ କରୁଥିବା ତାହିର ଅନ୍ଦ୍ରାବୀ ପୁଣି ଥରେ କାଶ୍ମୀରରେ ଜନମତ ସଂଗ୍ରହ କରିବା କଥା ଉଠାଇଥିଲେ।  ଏହା ଉପରେ କୁମନ ଜବାବ ଦେଇଛନ୍ତି ଯେ ଏହି ଦାବି କରୁଥିବା ପାକିସ୍ତାନ ଏହା ଭୁଲି ଯାଉଛି ଯେ ପ୍ରଥମେ ତାକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଉପରେ ଅବୈଧ ଭାବେ କରିଥିବା କବଜାକୁ ଖାଲି କରିବାକୁ ପଡ଼ିବ।  କୁମନ ଏହା ମଧ୍ୟ କହିଛନ୍ତି ଯେ, ଯେଉଁ ଦେଶ ଓସାମା ବିନ ଲାଡେନକୁ ସୁରକ୍ଷା ଦେଇଥାଏ, ମୁଲ୍ଲା ଉମରଙ୍କୁ ଯେଉଁଠି ଆଶ୍ରୟ ମିଳିଥାଏ ସେହି କ୍ଷେତ୍ରରେ ନିଜକୁ ଆତଙ୍କବାଦୀର ପୀଡିତ ଦର୍ଶାଉଥିବା ପାକିସ୍ତାନ ପ୍ରଥମେ କିଛି ତଥ୍ୟକୁ ଏକତ୍ର  କରିବା ଉଚିତ୍। କୁମନା ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ସୀମାରେ ଭାରତ ଉପରେ ଆକ୍ରମଣ କରିବା ବନ୍ଦ କରୁନାହିଁ ଏବଂ ବାରମ୍ବାର ଅସ୍ତ୍ର ବିରତିର ଉଲ୍ଲଂଘନ କରୁଛି।  ପାକିସ୍ତାନର ପ୍ରତିନିଧି ତାହିର କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ କରୁଥିବା ଭାରତ ଉପରେ ଅଭିଯୋଗ କରିଥିଲେ। ଏହା ସହିତ ଅସ୍ତ୍ର ବିରତିର ଉଲ୍ଲଂଘନକୁ ମନଗଢ଼ା କାହାଣୀ ଦର୍ଶାଇଥିଲେ। ତାହିରଙ୍କ ଏହି ବୟାନରେ ସ୍ପଷ୍ଟ ଉତ୍ତର ଦେଇ କୁମନ କହିଛନ୍ତି ଯେ କାଶ୍ମୀରର  ପ୍ରକୃତ ସମସ୍ୟା ହେଉଛି ଆତଙ୍କବାଦ ଏବଂ ଏହା ହିଁ ମାନବ ଜାତିର ଶତ୍ରୁ।
ONA

Leave a Reply

Top