You are here
Home > ଲାଇଫ୍ ଷ୍ଟାଇଲ୍ > ହେୟାର କଲର ଷ୍ଟାଇଲ ସାଇଡ ଇଫେକ୍ଟ

ହେୟାର କଲର ଷ୍ଟାଇଲ ସାଇଡ ଇଫେକ୍ଟ

ନିଜକୁ ସଜାଇବା ପାଇଁ ଆଜିକାଲିର ମଡନ ମ୍ୟାନ କେତେ କଣ ଉପାୟ ଅବଲମ୍ବନ କରୁଛନ୍ତି ।  ଆଉ ଏଥିପାଇଁ ଅନେକ ସୁବିଧା ମଧ୍ୟ ହୋଇ ଗଲାଣି । କିଏ ନିଜ ତ୍ୱଚା ଉପରେ ଅଧିକ ଯତ୍ନ ଦେଉଛନ୍ତି ତ ଆଉ କିଏ ନିଜ କେଶକୁ ନେଇ ଅଧିକ ଯତ୍ନଶୀଳ । ଏସବୁ ଭିତରେ ଆଉ ଏକ ଫ୍ୟାଶନ ହେଉଛି ହେୟାର କଲର…
ଆଜିକାଲି ଅନେକ ଲୋକ ନିଜ କେଶକୁ ରଙ୍ଗ କରିବାକୁ ପସନ୍ଦ କରୁଛନ୍ତି । ତେବେ ଖାଲି ଫ୍ୟାଶନ ପାଇଁ ନୁହେଁ, କିଛି ଲୋକ ଏମିତି ବି ଅଛନ୍ତି ଯାହାର ଅଳ୍ପ ବୟସରେ କେଶ ପାଚିଯାଉଥିବାରୁ ସେମାନେ କେଶକୁ କଲର କରନ୍ତି । ତେବେ ଏହା ଆପଣଙ୍କୁ ଏକ ଭିନ୍ନ ଲୁକ୍ ଦେଇଥାଏ । କେବଳ ମହିଳା ମାନେ ନୁହନ୍ତି ପୁରୁଷମାନେ ମଧ୍ୟ କେଶ ରଙ୍ଗ କରିବାକୁ ବେଶ ଆଗ୍ରହୀ । କେଶ ରଙ୍ଗ କରିବାକୁ ଆଜିକାଲି ବଜାରରେ ଅନେକ କମ୍ପାନୀର କଲର ମିଳୁଛି । ଆପଣ ନିଜ ମନ ପସନ୍ଦର ରଙ୍ଗ ଆଣି ଘରେ କେଶକୁ କଲର କରିପାରିବେ । ନଚେତ ଆପଣ ପାର୍ଲରରେ ମଧ୍ୟ କେଶ କଲର କରିପାରିବେ ।  ତେବେ ଏହି କେଶର ରଙ୍ଗ ବାହାରୁ ଦେଖିବାକୁ ଯେତିକି ସୁନ୍ଦର, ଏହା ଶରୀର ପାଇଁ ସେତିକି କ୍ଷତିକାରକ ମଧ୍ୟ । ତେଣୁ କେଶ ରଙ୍ଗ କରିବା ପୂର୍ବରୁ କିିଛିଟା ଜିନିଷ ପ୍ରତି ନିଶ୍ଚୟ ଧ୍ୟାନ ଦେବା ନିହାତି ଜରୁରୀ ।
୍‌ ରଙ୍ଗ କରିବା ପୂର୍ବରୁ ନିଜ କେଶର ସମ୍ପୂର୍ଣ୍ଣ ସଂରଚନା ତଥା ରଙ୍ଗରେ ଥିବା ରସାୟନିକ ପଦାର୍ଥ ବିଷୟରେ ଜାଣିନିଅନ୍ତୁ । ନହେଲେ କେଶ ରଙ୍ଗ କରିବା କ୍ଷତିକାରକ ହୋଇପାରେ  
୍‌ପ୍ରଥମଥର ପାଇଁ କେଶ ରଙ୍ଗ କରୁଥିଲେ ଆଲର୍ଜି ପରୀକ୍ଷା ନିଶ୍ଚୟ କରନ୍ତୁ ।
୍‌ରଙ୍ଗ ଚୟନ ପୂର୍ବରୁ ନିଜ ବୟସ ଓ ମୁହଁର ଆକୃତି ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ ।
୍‌ଶୁଷ୍କ କେଶରେ ରଙ୍ଗ ଲଗାଇବା ପୂର୍ବରୁ କଣ୍ଡିସନର୍ ଓ ପ୍ରୋଟିନ୍ ଚିକିତ୍ସା କରାଇ  ନିଅନ୍ତୁ ।
୍‌ସ୍ଥାୟୀ ରଙ୍ଗ ଲଗାଇବା ପରେ ସାମ୍ପୁ କରନ୍ତୁ । ତେବେ ଯଦି ଆପଣଙ୍କ କେଶ ତୈଳାକ୍ତ ଯୁକ୍ତ ତାହାଲେ ପ୍ରଥମେ ସାମ୍ପୁ କରି ପରେ ରଙ୍ଗ ଲଗାନ୍ତୁ ।
କାହା ପାଇଁ କେମିତି କଲର
୍‌ଯଦି ଆପଣ ପାଚିଲା କେଶୁ ଲୁଚାଇବାକୁ ଯାଇ ରଙ୍ଗ କରୁଛନ୍ତି ତାହାଲେ କେଶର ମୂଳ ରଙ୍ଗ ସହ ସମାନ କରି ରଙ୍ଗ ଲଗାନ୍ତୁ
୍‌କେଶରେ ଗୋଟିଏରୁ ଅଧିକ ରଙ୍ଗ ମଧ୍ୟ ଲଗାଯାଇ ପାରେ । ତେବେ ନିଜ ଚେହେରା ସାଙ୍ଗକୁ ମ୍ୟାଚ କରୁଥିବା ରଙ୍ଗ ଚୟନ କରି ଆପଣ ଗୋଟିଏରୁ ଅଧିକ ରଙ୍ଗ ମଧ୍ୟ ଲଗାଇପାରିବେ ।
୍‌ବୟସ୍କା ମହିଳାଙ୍କୁ କଳା ଓ ବ୍ରାଉନ ରଙ୍ଗ ଭଲ ଦେଖାଯାଇଥାଏ । ତେଣୁ ସେମାନେ ଅନ୍ୟ କୌଣସି ରଙ୍ଗ ଲଗାଇ ଏହି ଦୁଇଟି ରଙ୍ଗ ଲଗାଇବା ଉଚିତ୍ ।
୍‌ସେହିପରି ଗୋରା ତ୍ୱଚାର ମହିଳାମାନଙ୍କ ପାଇଁ ଗୋଲଡେନ୍ ବ୍ରୋଞ୍ଜ ଆଦି ରଙ୍ଗ ସୁନ୍ଦର ଦେଖାଯାଇଥାଏ ।
ତେବେ ଯଦି ଆପଣଙ୍କର କେଶଗତ ସମସ୍ୟା ରହିଛି ଯେମିତିକି କେଶ ଉପୁଡିବା ବା ଏଲୋପେଶିୟାର ସମସ୍ୟା, କେଶରେ ରୂପି ହେବା, ଯଦି ଆପଣ କେଶରେ ମେହେନ୍ଦି କରୁଛନ୍ତି କିମ୍ବା ମୁଣ୍ଡ ଚର୍ମରେ କୌଣସି ରୋଗ ହୋଇଥାଏ ଅଥବା ଆପଣଙ୍କୁ କୌଣସି ଚର୍ମ ଆଲର୍ଜି କିମ୍ବା ଆପଣ ଶ୍ୱାସ ରୋଗୀ ତାହାଲେ ଆପଣ କେଶ ରଙ୍ଗ କରିବାଠୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ ।

ONA

Leave a Reply

Top