You are here
Home > ଲାଟେଷ୍ଟ > ହରି, ପ୍ରସାଦଙ୍କୁ ସମାଲୋଚନା କଲେ ତାରା

ହରି, ପ୍ରସାଦଙ୍କୁ ସମାଲୋଚନା କଲେ ତାରା

ମୁଁ ଉଡି ଆସିଥିବା ଚଢ଼େଇ ନୁହେଁ-ହରିପ୍ରସାଦ
ଭୁବନେଶ୍ୱର: ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟ କଂଗ୍ରେସର ବଡ ବିପର୍ଯ୍ୟୟ ଘଟିଥିଲା । କଂଗ୍ରେସ ବହୁ ଆସନ ହାଇଥିବା ବେଳେ ୨ରୁ ୩ ନମ୍ବର ସ୍ଥାନକୁ ଖସିଥିଲା । ସେହି ସମୟରେ ସେ ଇସ୍ତଫା ଦେବା କଥା । ମାତ୍ର ତାହା ହେଲା ନାହିଁ । ୨୦୧୭ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାସ୍ତ ପରେ ଇସ୍ତଫା ଦେଲେ । ବିଳମ୍ବରେ ହେଲେ ମଧ୍ୟ ଭଗବାନଙ୍କ ଆଶୀର୍ବାଦରୁ ସେ ଇସ୍ତଫା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ପିସିସି ସଭାପତିଙ୍କୁ ସମାଲୋଚନା କରି ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପାଇଁ କେବଳ ହରିପ୍ରସାଦ ଦାୟୀ ନୁହଁନ୍ତି । ପିସିସି ସଭାପତି ମଧ୍ୟ ଦାୟୀ । ନୈତିକତା ଦୃଷ୍ଟିରୁ ସେ ମଧ୍ୟ ଇସ୍ତଫା ଦେବା କଥା । ତାରାଙ୍କ କଥାକୁ ସମର୍ଥନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ । ସେ କହିଛନ୍ତି, ହରିପ୍ରସାଦଙ୍କ  ଇସ୍ତଫା ପରେ ପ୍ରସାଦ ବାବୁ ନିଶ୍ଚିତ ଅନୁଭବ କରୁଥିବେ । ସେ ଉଚିତ ପଦକ୍ଷେପ ନେବା ଆବଶ୍ୟକ । ମୁଁ ତାଙ୍କ ସ୍ଥାନରେ ଥିଲେ ଇସ୍ତଫା ଦେଇଥାନ୍ତି । ସେ କଣ ପାଇଁ ଇସ୍ତଫା ଦେଇ ନାହାନ୍ତି ତାହା ମୁଁ କହିପାରିବି ନାହିଁ । ତାଙ୍କୁ ପଚାରିଲେ ହୁଏତ ସେ କହିପାରିବେ । ପଞ୍ଚାୟତ ନିର୍ବାଚନରେ ନିଜକୁ ଦାୟୀ କହିଦେଲେ ଚଳିବ ନାହିଁ । କଂଗ୍ରେସର ଉତ୍ଥାନ ପାଇଁ କିଛି କରିବାକୁ ହେବ  ।
  ସେପଟେ ହରିପ୍ରସାଦ ମୁହଁ ଖୋଲିଛନ୍ତି । ମୁଁ ଉଡି ଆସିଥିବା ଚଢ଼େଇ ନୁହେଁ । କଂଗ୍ରେସ ସହିତ ୪୦ ବର୍ଷ ଧରି ରହିଛି ଓ ଆଗକୁ ରହିବି । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଂଗ୍ରେସରେ ରହିବି ବୋଲି ବିକେ ହରିପ୍ରସାଦ କହିଛନ୍ତି  । ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ରାଜ୍ୟ ପ୍ରଭାରୀ ହିସାବରେ ପରାସ୍ତର ଉତ୍ତରଦାୟୀ ମୁଁ ନିଜେ । ଏନେଇ ସବିଶେଷ ତଥ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ସେ ଦେଇଛନ୍ତି । ଅଧ୍ୟକ୍ଷା ଯାହା ନିଷ୍ପତ୍ତି ଦେବେ ତାକୁ ମୁଁ ଗ୍ରହଣ କରିବି ବୋଲି ହରିପ୍ରସାଦ କହିଛନ୍ତି । ଉଲ୍ଲେଖ ଥାଉକି ଗତକାଲି ବିକେ ହରିପ୍ରସାଦ ଓଡ଼ିଶା ପ୍ରଭାରୀ ପଦରୁ ଇସ୍ତଫା ଦେଇଥିଲେ ।

ONA

Leave a Reply

Top