You are here
Home > ଅଧିକ ଖବର > ହଜମ ଶକ୍ତି ବଢାଏ ସପୁରୀ

ହଜମ ଶକ୍ତି ବଢାଏ ସପୁରୀ

ସପୁରୀ ଏପରି ଏକ ଫଳ ଯାହା କେବଳ ଖାଇବାକୁ ସୁସ୍ୱାଦୁ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ବେଶ ହିତକର । ପାଚିଲା ସପୁରୀ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ସପୁରୀରେ ବିଭିନ୍ନ ପ୍ରକାରର ଭିଟାମିନ ସହ ବେଟା କାରୋଟିନ୍୍, କପର୍, ଜିଙ୍କ୍୍, ଫୋଲେଟ୍୍ ଏସିଡ ରହିଛି ।
♦   ସକାଳ ଜଳଖିଆରେ ଫ୍ରୁଟ ସାଲାଡ ଖାଇଲେ ସ୍ୱାସ୍ଥ୍ୟ ପାଇଁ ହିତକର । ତେଣୁ ପ୍ରତିଦିନ ସେଓ, କଦଳୀ, ଅଙ୍ଗୁର ଓ ସପୁରୀର ସାଲାଡ ବନାଇ ଖାଇଲେ ସ୍ୱାସ୍ଥ୍ୟ ଭଲ ରହିବ ।ଏହାସହ ଆପଣ ସପୁରୀ ଜୁସ୍୍ ମଧ୍ୟ ପିଇପାରିବେ । ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ୍ ରହିଛି । ଯାହାକି ଶରୀରରେ ଶକ୍ତି ବଢାଇବା ସହ ଶରୀରକୁ ସୁସ୍ଥ ଓ ସୁନ୍ଦର ଭାବେ ଗଢି ତୋଳିବାରେ ସାହାଯ୍ୟ କରିଥାଏ ।
♦    ସପୁରୀ ମଧ୍ୟରେ ବ୍ରୋମେଲେନ୍୍ ନାମକ ଏନଜାଇମ୍୍ ରହିଛି ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରେ । କିଛି ଲୋକ ଅଧିକ ମସଲା ଖାଦ୍ୟ ଓ ପ୍ରୋଟିନ୍୍ ଖାଦ୍ୟ ଖାଇଥାନ୍ତି । ତେବେ ହଜମ ପାଇଁ ଖାଦ୍ୟ ଖାଇବା ପରେ ଅଳ୍ପ ସପୁରୀରେ କଳା ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ ।
♦    ଶ୍ୱାସ କିମ୍ବା କଫ ସମସ୍ୟା ଥିଲେ ସପୁରୀ ସବୁଠୁ ଭଲ କାମ କରେ । ପ୍ରତିଦିନ ୨-୩ ଖଣ୍ଡ ସପୁରୀ ଖାଇଲେ ଫୁସଫୁସ ସଫା ରୁହେ ଏବଂ କଫ ଓ ଶ୍ୱାସ ଜନିତ ସମସ୍ୟା ଦୂର ହୁଏ ।
♦   ସପୁରୀରେ କ୍ୟାନସର ପ୍ରତିରୋଧକ ଶକ୍ତି ରହିଛି । ଏଥିରେ ଥିବା ବ୍ରୋମେଲିନ୍୍ ଏନଜାଇମ୍୍ କ୍ୟାନସର ଭଳି ମାରାତ୍ମକ ଜୀବାଣୁକୁ ମାରିବାରେ ସହାୟକ ହୋଇଥାଏ ।     ଏହାସହ ଏଥିରେ ଥିବା ବେଟା କାରୋଟିନ୍୍ ପ୍ରୋଟେଷ୍ଟ କ୍ୟାନସର ଏବଂ କୋଲନ କ୍ୟାନସରରୁ ରକ୍ଷା କରିଥାଏ ।
♦    ସପୁରୀରେ ଥିବା ଭିଟାମିନ୍-ସି ହୃଦଘାତ ଜନିତ ରୋଗରୁ ରକ୍ଷା କରିଥାଏ ।
♦   କିଡନୀରେ ଷ୍ଟୋନ ପାଇଁ ଯନ୍ତ୍ରଣା ହେଉଥିଲେ ପ୍ରତିଦିନ ଏକ ଗ୍ଲାସ ସପୁରୀ ରସ ପିଅନ୍ତୁ ଯନ୍ତ୍ରଣାରୁ ଉପଶମ ମିଳିବ ।
♦    ଛୋଟ ପିଲାଙ୍କ ପେଟରେ କୃମି ସମସ୍ୟା ଥିଲେ ପ୍ରତିଦିନ କିଛି ସପୁରୀ ଖଣ୍ଡ ପିଲାଙ୍କୁ ଖାଇବାକୁ ଦିଅନ୍ତୁ ଯନ୍ତ୍ରଣା କମିବା ସହ କୃମି ମଧ୍ୟ ମରିଯିବେ ।
♦    ସପୁରୀରେ ଥିବା ଆଣ୍ଟିଅକ୍ସିଡାଣ୍ଟ ମୁଖ କର୍କଟ ଜନିତ ଜୀବାଣୁ ନଷ୍ଟ କରେ । ଏହା ଦାନ୍ତର ମାଢିକୁ ଶକ୍ତ ରଖେ । ଫଳରେ ଦାନ୍ତ ମୂଳ ଢିଲା ହେବା ଆଶଙ୍କା ରୁହେ ନାହିଁ । ଦାନ୍ତ କ୍ଷୟ ସମସ୍ୟା ମଧ୍ୟ ଦୂରାଏ ।
♦    ସପୁରୀରେ ଥିବା ଆଷ୍ଟ୍ରିଜେଣ୍ଟ କେଶ ଝଡିବା ସମସ୍ୟା କମ କରେ । ଚର୍ମ ଢିଲା ହେବାକୁ ଦିଏ ନାହିଁ । ମାଂସପେଶୀ ମଧ୍ୟ ଶକ୍ତ ରଖେ ।

ONA

Leave a Reply

Top