You are here
Home > କ୍ରାଇମ୍‍ > ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର୍ତ୍ତିଲା ୫ ବର୍ଷର ଶିଶୁକନ୍ୟା, ତଦନ୍ତ କରୁଛି ପୁଲିସ  

ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବର୍ତ୍ତିଲା ୫ ବର୍ଷର ଶିଶୁକନ୍ୟା, ତଦନ୍ତ କରୁଛି ପୁଲିସ  

ଖୋର୍ଦ୍ଧା : ଖୋର୍ଦ୍ଧାରେ ଅଭାବନୀୟ ଘଟଣା।  ଖୋର୍ଦ୍ଧା ଟାଉନ୍‌ ଥାନା ସାମନ୍ତରାପୁର ଠେଙ୍ଗାହାଟ ନିକଟରେ ଥିବା ଏକ ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ  । ଘରର ଦୁଇଟି ପୃଥକ ପୃଥକ କୋଠରୀରେ ମୃତଦେହ ଦୁଇଟି ଝୁଲି ରହିଥିଲା। ମୃତ ଦମ୍ପତି ହେଲେ ସୌମ୍ୟକାନ୍ତ ନାୟକ ଓ ସୁଚିସ୍ମିତା ପଟ୍ଟନାୟକ। ଦୁର୍ଘଟଣାରୁ ୫ ବର୍ଷର ଶିଶୁକନ୍ୟା ବର୍ତ୍ତି ଯାଇଛି। କଟକ ଜିଲ୍ଲାର ବାଙ୍କି ଥାନା ପଥୁରିପଡ଼ାର ଦମ୍ପତ୍ତି ଏଠି ଭଡ଼ାରେ ରହୁଥିଲେ।  ସେମାନଙ୍କର ୫ ବର୍ଷର ଝିଅ ଅଛି। ଝିଅ ତା’ର ବଡ଼ ବାପାକୁ ଫୋନ କରିବା ପରେ ସବୁ କଥା ପଦାକୁ ଆସିଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସୌମ୍ୟକାନ୍ତ ଖୋର୍ଦ୍ଧା ଶିଳ୍ପାଞ୍ଚଳର ଏକ କମ୍ପାନୀରେ କାମ କରୁଥିଲେ। କମ୍ପାନି ପକ୍ଷରୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ କରୁଛୁ। ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଆସିବା ପରେ ମୃତଦେହକୁ ପୋଷ୍ଟମର୍ଟମ କରାଯିବ।

ONA

Leave a Reply

Top