You are here
Home > ଲାଟେଷ୍ଟ > ସ୍ୱାଭାବିକ ହୋଇଛି ଭଦ୍ରକ

ସ୍ୱାଭାବିକ ହୋଇଛି ଭଦ୍ରକ

୫ଟା ଯାଏ କର୍ଫୁ୍ୟ କୋହଳ
ଭଦ୍ରକ: ସ୍ୱାଭାବିକ ହେଉଛି ଭଦ୍ରକ । ଗୁରୁବାର ସକାଳ ୭ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ କର୍ଫୁ୍ୟ କୋହଳ କରାଯାଇଛି । ଫଳରେ ସମସ୍ତ ସ୍କୁଲ କଲେଜ ଖୋଲିବା  ସହ ଦୋକାନ ବଜାର ମଧ୍ୟ ଖୋଲାଥିବା ଦେଖାଯାଇଛି । ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି । ଲୋକମାନେ ସାଧାରଣ ଭାବରେ ଜୀବନ ଅତିବହିତ କରିବାକୁ ଲାଗିଛନ୍ତି । ଦରଦାମକୁ ମଧ୍ୟ  ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦିଆଯାଇଛି । ଶିକ୍ଷାନୁଷ୍ଠାନମାନଙ୍କରେ ଉପସ୍ଥାନରେ ବୃଦ୍ଧି ପାଇଥିବା ଦେଖାଯାଉଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଟ୍ୱିଟର ମାଧ୍ୟମରେ କ୍ଷତିଗ୍ରସ୍ତଙ୍କ ପାଇଁ ଖୁବଶୀଘ୍ର ପ୍ୟାକେଜ ଘୋଷଣା କରାଯିବା ନେଇ ଓ ଦୋଷୀଙ୍କୁ ଖୁବଶୀଘ୍ର ଦଣ୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ।
  ଭଦ୍ରକରେ ପରିସ୍ଥିତି ସମ୍ପୂର୍ଣ୍ଣଭାବେ ସ୍ୱାଭାବିକ ହୋଇ ନଥିବାରୁ ସହରରେ ଥିବ ବଡ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଖୋଲି ନାହିଁ  । ଅପରପକ୍ଷରେ ଛୋଟ  ଦୋକାନଗୁଡିକ ପୋଡି ଯାଇଥିବାରୁ କେବଳ ରାସ୍ତାକଡ ଉଠା ଦୋକାନ  ଉପରେ ଲୋକେ ନିର୍ଭର କରୁଥିବା ଦେଖିବାକୁ ମିଳିଛି । ପୂର୍ବତନ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ଆଜି ପୁଣି ଭଦ୍ରକ ଗସ୍ତ କରିଛନ୍ତି  । ପୂର୍ବତନ ସାଂସଦ ଅନନ୍ତ  ସେଠୀ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ନରେନ୍ଦ୍ର ପଲେଇଙ୍କ ସହିତ ଭଦ୍ରକର ବିଭିନ୍ନ ସାହି, ଗଳି, ବଜାର ବୁଲି ଲୋକମାନଙ୍କୁ ସେମାନଙ୍କ ଅଭାବ ଅସୁବିଧା ପଚାରି ବୁଝିବା ସହିତ ଶାନ୍ତି ବଜାଇ ରଖିବାକୁ ନିବେଦନ କରିଛନ୍ତି  । ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ରାଜ୍ୟ ସରକାର ଥଇଥାନ କରିବାକୁ ନିରଞ୍ଜନ ଦାବି କରିଛନ୍ତି  ।

ONA

Leave a Reply

Top