You are here
Home > ଲାଟେଷ୍ଟ > ସ୍ୱାଇନ୍‌ ଫ୍ଲୁ ଓ ଡେଙ୍ଗୁ ମୃତ୍ୟୁସଂଖ୍ୟା ୧୧ ଛୁଇଁଲା

ସ୍ୱାଇନ୍‌ ଫ୍ଲୁ ଓ ଡେଙ୍ଗୁ ମୃତ୍ୟୁସଂଖ୍ୟା ୧୧ ଛୁଇଁଲା

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସ୍ୱାଇନ ଫ୍ଲୁ ଅଣାୟତ ଆଡକୁ ଯାଉଥିବା ବେଳେ ଡେଙ୍ଗୁ ଜ୍ୱର ମଧ୍ୟ ଲୋକଙ୍କୁ ଆତଙ୍କିତ କରି ପକାଇଛି। ଇତିମଧ୍ୟରେ ରାଜ୍ୟରେ ୯ ଜଣଙ୍କର ସ୍ୱାଇନ୍‌ ଫ୍ଲୁରେ ମୃତ୍ୟୁବରଣ କରିଥିବା ବେଳେ  ଡେଙ୍ଗୁରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି।  ସ୍ୱାଇନ ଫ୍ଲୁ ଓ ଡେଙ୍ଗୁ ଜ୍ୱର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଡାକ୍ତରଖାନାରେ ସ୍ୱତନ୍ତ୍ର ସେଲ ଖୋଲିଥିିବା ବେଳେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର  ଚିନ୍ତା ବଢ଼ାଇ ଦେଇଛି। ଆଜି କଟକ ବଡ଼ ଡାକ୍ତରଖାନରେ ଜଣେ ସ୍ଵାଇନ୍‌ ଫ୍ଲୁ ରୋଗୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଡେଙ୍ଗୁ ରୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଭଦ୍ରକ ବାସୁଦେବପୁର ଅଂଚଳର ହରିହର ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କର ଆଜି ସକାଳେ ଡେଙ୍ଗୁ ଜ୍ୱରରେ ମୃତ୍ୟୁ ଘଟିଛି। ଗତ ୮ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡମେଡିକାଲରେ ଭର୍ତି କରାଯାଇଥିଲା ହରିହରଙ୍କ ମୃତ୍ୟୁ ପରେ ଡେଙ୍ଗୁରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଗତ ବୁଧବାର ଦିନ ବିହାରର ଶ୍ୟାମପ୍ରକାଶ ମିଶ୍ର ନାମକ ଜଣେ ଯୁବକଙ୍କର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ଆଜି ସକାଳେ ସ୍ୱାଇନ୍‌ ଫୁଲରେ ମଧ୍ୟ  ଜଣକର ମୃତ୍ୟୁ ଘଟିଛି। କଟକ ବଡ଼ ଡାକ୍ତରଖାନାରେ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା  ସାଲେପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ONA

Leave a Reply

Top