You are here
Home > ଲାଟେଷ୍ଟ > ସ୍ୱର୍ଣ୍ଣ ଜିତିଲେ ପୂର୍ଣ୍ଣିମା 

ସ୍ୱର୍ଣ୍ଣ ଜିତିଲେ ପୂର୍ଣ୍ଣିମା 

 ଗୁଣ୍ଟୁର : ପୁଣି ଥରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ଦୁଇ ଓଡିଆ ମହିଳା ଆଥଲେଟ୍ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁରରେ ଅନୁଷ୍ଠିତ ୫୭ତମ ଆନ୍ତଃରାଜ୍ୟ ଆଥଲେଟିକ ଚମ୍ପିଆନସିପରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ୍ ରାଜ୍ୟ ପାଇଁ ସ୍ୱର୍ଣ୍ଣ ଜିଣିଥିବାବେଳେ ଓ ଜଉନା ମୁର୍ମୁ ରୌପ୍ୟ ହାସଲ କରିଛନ୍ତି । ଏଥିସହ ଏହି ଚମ୍ପିଆନସିପରେ ଓଡିଶା ତାଲିକାରେ ସମୁଦାୟ ୩ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ ଯୋଡି ହୋଇଯାଇଛି ।
୧୦୦ ମିଟର ମହିଳା ହର୍ଡଲ୍ସ ପ୍ରତିଯୋଗିତାରେ ପୂର୍ଣ୍ଣିମା ୧୩.୭୮ ସେକେଣ୍ଡରେ ପହଞ୍ଚି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ୪୦୦ ମିଟର ହର୍ଡଲ୍ସ ରେସରେ କେରଳର ଅନିଲଦା ଥୋମାସ ୫୩.୨୦ ସେକେଣ୍ଡରେ ପହଞ୍ଚି ପ୍ରଥମ ଓ ୫୩.୫୨ ସେକେଣ୍ଡରେ ଜଉନା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।
ONA

Leave a Reply

Top