You are here
Home > Breaking News > ସୋଆକୁ ୧ନଂ ମାନ୍ୟତା ମିଳିବା ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ସୋଆକୁ ୧ନଂ ମାନ୍ୟତା ମିଳିବା ପ୍ରତିବାଦରେ ଛାତ୍ର କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ସୋଆ ବିଶ୍ୱବିଦ୍ୟାଳୟକୁ ରାଜ୍ୟର ୧ ନମ୍ବର ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ତେବେ ଏହାକୁ ପ୍ରତିବାଦ କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ବାଣୀବିହାର ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରମାନେ ପ୍ରତିବାଦ କରିବା ସହିତ ସୋଆ ବିଶ୍ୱବିଦ୍ୟାଳୟକ ମୁଖ୍ୟ ମନୋଜ ନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡ଼କରଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

ତେବେ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରତିବାଦ କରି ଛାତ୍ର କଂଗ୍ରେସ ସଭାପତି କହିଛନ୍ତି, ସୋଆ ଏକ କଳଙ୍କିତ ବିଶ୍ୱବିଦ୍ୟାଳୟ ଏବଂ ଏହି ବିଶ୍ୱବିଦ୍ୟାଳୟ ଖୁବ୍ ନିକଟରେ ୪୧୪ ପିଲାଙ୍କୁ ମିଛ ନିଯୁକ୍ତି ପତ୍ର ବଣ୍ଟନ କରିଥିଲା । ଏହି ମାନ୍ୟତାକୁ ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଉଗ୍ରରୂପ ନେବ ବୋଲି ଜଣାଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ଛାତ୍ର କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଛାତ୍ରନେତା ସୌମ୍ୟ ମିଶ୍ର, ଆଦିତ୍ୟ ଦାସ, ସଞ୍ଜୟ ବାରିକ, ସମ୍ବିତ ମଙ୍ଗରାଜ, ବିକାଶ ପାତ୍ର, ସତ୍ୟ ମହାନ୍ତ, ଆକ୍ଷା ମଲ୍ଲ, ଦୁର୍ଗା ମହଲା, ନିରଞ୍ଜନ ନାୟକଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।

ONA

Leave a Reply

Top